ଭୂମିକମ୍ପ ନୁହେଁ, ଥିଲା ମୃତ୍ୟୁର ତାଣ୍ଡବ, ଚାଲିଗଲା 250 ଜୀବନ, 500 ଗୁରୁତର, ସାରାଦେଶରେ ହାହାକାର…
ପ୍ରକାଶଥାଉ ଯେ, ଆଫଗାନିସ୍ତାନରେ ଜଲାଲାବାଦରୁ ୨୭ କିଲୋମିଟର ଦୂର ପୂର୍ବ-ଉତ୍ତରପୂର୍ବରେ ୮ କିଲୋମିଟର ଗଭୀରରେ ଭୂକମ୍ପ ହୋଇଥିବା ରକର୍ଡ ହୋଇଛି । ଏଥିରେ 250 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 500 ଜଣ ଗୁରୁତର ହୋଇଛନ୍ତି ।
ଓଡ଼ିଶା ଭାସ୍କର: ଆଫଗାନିସ୍ତାନରେ ଦେଖିବାକୁ ମିଳିଛି ବଡ଼ଧରଣର ଭୂମିକମ୍ପ । ଭୂମିକମ୍ପରେ ଖବରଲେଖା ହେବାବେଳକୁ ପ୍ରାୟ 250 ଜଣଙ୍କର ମୃତ୍ୟୁ ହୋଇଛି । ତାହାସହ 500 ଲୋକ ଗୁରୁତର ଥିବା ମଧ୍ଯ ଜଣା ପଡ଼ିଛି ।
ପ୍ରକାଶଥାଉ ଯେ, ଆଫଗାନିସ୍ତାନରେ ଜଲାଲାବାଦରୁ ୨୭ କିଲୋମିଟର ଦୂର ପୂର୍ବ-ଉତ୍ତରପୂର୍ବରେ ୮ କିଲୋମିଟର ଗଭୀରରେ ଭୂକମ୍ପ ହୋଇଥିବା ରକର୍ଡ ହୋଇଛି । ଏଥିରେ 250 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 500 ଜଣ ଗୁରୁତର ହୋଇଛନ୍ତି ।
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ଥିବା ତାଲିବାନ ସରକାର ଆଶଙ୍କା କରୁଛି । ଭୂକମ୍ପ ଏତେ ତୀବ୍ରତା ଥିଲା ଯେ, ଭାରତର ଦିଲ୍ଲୀ ସମେତ କାବୁଲ, ପାକିସ୍ତାନର ମଧ୍ୟ କିଛି ଅଞ୍ଚଳ ଥରିଯାଇଥିଲା ।
ପଢ଼ନ୍ତୁ ଅଧିକ ଖବର…Video: ରାଣାଙ୍କ ସହ ପଙ୍ଗା ନେଉଥିଲେ, ଛକା-ଚୌକା ମାରି ଦିଗଭେଶକୁ ପାଗଳ କଲେ ଦୁର୍ଦ୍ଦଶ ବ୍ୟାଟର, ପଡ଼ିଆରେ ହାତାହାତି, ଦେଖନ୍ତୁ ଭିଡ଼ିଓ..
ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟ ପୂର୍ବ ଆଫଗାନିସ୍ତାନରେ 6.0 ତୀବ୍ରତାର ଭୂମିକମ୍ପ ହେବା ପରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ଏବଂ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି।
#BREAKING Over 250 killed, 500 injured in Sunday night earthquake in Afghanistan’s eastern Kunar province: Information Ministry tells Anadolu pic.twitter.com/yLNy3sJAOI
— Anadolu English (@anadoluagency) September 1, 2025
ପଢ଼ନ୍ତୁ ଅଧିକ ଖବର…Video: ଏ ଷ୍ଟାର ଖେଳାଳିଙ୍କ ହାତ ନାହିଁ, ଗୋଡ଼ରେ କରନ୍ତି ଦମଦାର ଡ୍ରାଇଭିଂ, ଦେଖନ୍ତୁ ହୋଶ୍ ଉଡାଇଦେବ ଏହି ଭିଡ଼ିଓ….
ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନାଙ୍ଗରହାର ପ୍ରଦେଶର ଜଲାଲାବାଦ ନିକଟରେ ଥିଲା ଏବଂ ଏହାର ଗଭୀରତା 8 କିଲୋମିଟର ଥିଲା। ଏହା ରବିବାର ସ୍ଥାନୀୟ ସମୟ ରାତି 11:47ରେ ଅନୁଭୂତ ହୋଇଥିଲା।
ଦେଶରୁ ଆସୁଥିବା ପ୍ରାରମ୍ଭିକ ରିପୋର୍ଟରେ ନଅ ଜଣ ପ୍ରାଣ ହରାଇଥିବା କୁହାଯାଇଥିବା ବେଳେ ଆଫାଗାନିସ୍ତାନର ସୂଚନା ମନ୍ତ୍ରଣାଳୟର ତଥ୍ୟକୁ ଆଧାର କରି ଆନାଡୋଲୁ ଏଜେନ୍ସି କହିଛି ଯେ, 250ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ 500 ଜଣ ଆହତ ହୋଇଛନ୍ତି। ଯେଉଁଥିରେ କୁନାର ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।
ପୂର୍ବରୁ, ନାଙ୍ଗରହାର ଜନସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ନକିବୁଲ୍ଲା ରହିମି କହିଥିଲେ ଯେ, ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା। ପ୍ରାୟ 20 ମିନିଟ୍ ପରେ ସେହି ପ୍ରଦେଶରେ ଦ୍ୱିତୀୟ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା 4.5 ଏବଂ ଗଭୀରତା 10 କିଲୋମିଟର ଥିଲା।
ଅକ୍ଟୋବର 7, 2023ରେ ଆଫଗାନିସ୍ତାନରେ 6.3 ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ଏବଂ ଏହା ପରେ ପ୍ରବଳ ଆଫ୍ଟରସମ୍ ହୋଇଥିଲା। ତାଲିବାନ ସରକାର ଆକଳନ ଅନୁଯାୟୀ ସେହି ଭୁମିକମ୍ପରେ ଅତି କମରେ 4,000 ଲୋକ ପ୍ରାଣ ହରାଇଥିଲେ। ଜାତିସଂଘ ପ୍ରାୟ 1,500 ମୃତ୍ୟୁ ସଂଖ୍ୟା ଦେଇଥିଲା। ଏହା ସାମ୍ପ୍ରତିକ ସ୍ମୃତିରେ ଆଫଗାନିସ୍ତାନରେ ହୋଇଥିବା ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା।