fbpx

ସ୍ୱାମୀଙ୍କ ସହ ସବୁ ସଂପର୍କ ଛିନ୍ନ କଲେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଟିଭି ପ୍ରୋଗ୍ରାମରେ ଦେଇଥିଲେ ସେକ୍ସିଷ୍ଟ କମେଣ୍ଟ

ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ନିଜ ସସ୍ୱାମୀଙ୍କ ସହ ସବୁ ସଂପର୍କକୁ ଛିନ୍ନ କରିଛନ୍ତି । ଶୁକ୍ରବାର ମେଲୋନୀ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି । ମେଲୋନୀଙ୍କର ଆଣ୍ଡ୍ରେ ଜିଆମବ୍ରୁନୋଙ୍କ ସହ ୧୦ ବର୍ଷର ସଂପର୍କ ଥିଲା । ଆଣ୍ଡ୍ରେ ଜଣେ ଟିଭି ସାମ୍ବାଦିକ । ଉଭୟଙ୍କର ଏକ କନ୍ୟା ସନ୍ତାନ ରହିଛି । ମେଲୋନୀ କହିଛନ୍ତି ଏହି ବିଚ୍ଛେଦର କାରଣ ତାଙ୍କ ପତିଙ୍କ ସେକ୍ସିଷ୍ଟ କମେଣ୍ଟ ଯାହାସେ ଟିଭିରେ ପ୍ରସାରଣ ସମୟରେ କରିଥିଲେ । ଏଠାରେ ସୂଚାଇ ଦିଆଯାଇପାରେ କି ଭାରତରେ ଜି୨୦ ସମୟରେ ଜର୍ଜିଆ ମେଲୋନୀ ବେଶ୍ ଚର୍ଚ୍ଚାରେ ଥିଲେ ।

ମେଲୋନୀ ଫେସବୁକ୍‌ରେ ଲେଖିଛନ୍ତି କି ଆଣ୍ଡ୍ରେଙ୍କ ସହ ତାଙ୍କର ୧୦ ବର୍ଷର ସଂପର୍କ ଥିଲା ଯାହା ଏଷବ ତୁଟି ଯାଇଛି । ଗତ କିଛି ବର୍ଷ ତଳୁ ପରସ୍ପରଙ୍କ ରାସ୍ତା ଅଲଗା ହୋଇସାରିଥିଲା ଓ ଏବେ ଏହା ସ୍ୱୀକାର କରିବାର ସମୟ ଆସିଛି ବୋଲି ସେ କହିଛନ୍ତି । ଆଣ୍ଡ୍ରେ ମିଡିଆସେଟ୍ ଦ୍ୱାରା ପ୍ରସାରିତ ଏକ ସମାଚାର କାର୍ଯ୍ୟକ୍ରମର ପ୍ରସ୍ତୁତକର୍ତ୍ତା ଅଟନ୍ତି । ମେଲୋନୀଙ୍କ ଅଭିଯୋଗ ଏକ ଟିଭି କାର୍ଯ୍ୟକ୍ରମରେ ଆଣ୍ଡ୍ରେ ଅଭଦ୍ର ଭାଷାର ବ୍ୟବହାର କରିବା ସହ ମହିଳା ସହକର୍ମୀଙ୍କ ସହ ଥଟ୍ଟାମଜା କରୁଥିବାର ନଜର ଆସିଥିଲେ । ଏହି କାର୍ଯ୍ୟକ୍ରମରେ ସେ ମହିଳା ସହକର୍ମୀଙ୍କୁ କହୁଥିଲେ କି ପୂର୍ବରୁ ତୁମ ସହ ମୋର କାହିଁକି ଭେଟ ହେଲାନି । ଏହା ପୂର୍ବରୁ ଟିଭିରେ ପ୍ରସାରିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ସେ ମହିଳା ସହକର୍ମୀଙ୍କ ସହ ସେକ୍ସ ବିଷୟରେ ଆଲୋଚନା କରିଥିଲେ ବୋଲି ମେଲୋନି ଅଭିଯୋଗ କରିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି କିଛିଦିନ ତଳେ ଏକ ଗଣବଳାତ୍କାର ମାମଲାରେ ପୀଡିତାଙ୍କୁ ଦୋଷୀ କହି ଆଣ୍ଡ୍ରେ ଏକ ଟିପ୍ପଣୀକୁ ରଖିଥିଲେ ଯାହାକୁ ନେଇ ସେ ବେଶ୍ ସମାଲୋଚନାର ଶିକାର ହୋଇଥିଲେ । ଏହାପରେ ମେଲୋନୀ କହିଥିଲେ ଆଣ୍ଡ୍ରେଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ପଣୀକୁ ନେଇ ତାଙ୍କୁ ଜଜ୍ କରାଯିବା ଅନୁଚିତ । ଭବିଷ୍ୟତରେ ବି ତାଙ୍କର କୌଣସି ବ୍ୟବହାର ବିଷୟରେ ସେ ଜବାବ ରଖିବେ ନାହିଁ ।

Get real time updates directly on you device, subscribe now.