ନୂଆଦିଲ୍ଲୀ: Indo Tibetan Border Police(ITBP)ରେ ଚାକିରି କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ସେପ୍ଟେମ୍ବର ୨, ୨୦୨୪ରୁ ଓଞଈଚ ଏହାର କନଷ୍ଟେବଲ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରୁଛି । ସମସ୍ତ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ITBP ର ଅଫିସିଆଲ ୱେବସାଇଟ୍ recruitment.itbppolice.nic.inକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୧, ଅକ୍ଟୋବର ୨୦୨୪ ।
ITBPରେ ମୋଟ୍ ୮୧୬ କନଷ୍ଟେବଲ(ରୋଷେଇ ସେବା) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ପୁରୁଷ ବର୍ଗରେ ୬୯୭ ଏବଂ ମହିଳା ବର୍ଗରେ ୧୨୨ ପଦବୀ ଖାଲି ରହିଛି । ପ୍ରାର୍ଥୀ ଜଣଙ୍କ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ଼ରୁ ୧୦ମ ଶ୍ରେଣୀ ପାସ୍ କରିଥିବେ । ଏହା ବ୍ୟତୀତ ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ ଦ୍ୱାରା ମାନ୍ୟତା ପ୍ରାପ୍ତ ଅନୁଷ୍ଠାନରୁ ଖାଦ୍ୟ ଉତ୍ପାଦନ କିମ୍ବା ରୋଷେଇରେ NSQF ସ୍ତର- ୧ ପାଠ୍ୟକ୍ରମ ଅଧ୍ୟୟନ କରିଥିବେ । ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୫ ବର୍ଷ ପର୍ଯ୍ୟନ୍ତ ରହିଛି ।
କିପରି କରିବେ ଆବେଦନ ?
– ପ୍ରଥମେ ITBPର ଅଫିସିଆଲ ୱେବସାଇଟ୍ recruitment.itbppolice.nic.inକୁ ଯାଆନ୍ତୁ ।
– ଏହା ପରେ ହୋମ୍ ପେଜରେ ITBP କନଷ୍ଟେବଲ ଭର୍ତ୍ତି ୨୦୨୪(ରୋଷେଇ ସେବା) ଆବେଦନ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
– ଏହା ପରେ ପ୍ରଥମେ ପଞ୍ଜିକରଣ କରି ଲଗ୍ ଇନ୍ କରନ୍ତୁ ।
– ଲଗ୍ ଇନ୍ କରିବା ପରେ ଦିଆଯାଇଥିବା ସୂଚନା ଅନୁଯାୟୀ ଡକ୍ୟୁମେଣ୍ଟ ଅପଲୋଡ୍ କରି ଆବେଦନ ଶୁକ୍କ ପ୍ରଦାନ କରନ୍ତୁ ।
– ଶେଷରେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ କନଫର୍ମେସନ୍ ପେଜ୍ ଡାଉନଲୋଡ୍ କରନ୍ତୁ ।