fbpx
BSKY SKY
BSKY SKY

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ବାନ୍ଧୁଥିଲେ ବ୍ୟାନର; ବିଦ୍ୟୁତ ଆଘାତ ନେଲା ଛାତ୍ରଙ୍କ ଜୀବନ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଲେଜରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ବ୍ୟାନର ବାନ୍ଧୁଥିବା ବେଳେ ବିଦ୍ୟୁତ ଆଘାତରେ ଛାତ୍ର ପ୍ରାଣ ହରାଇଛନ୍ତି । ବଡିବଲ ସ୍ଥିତ ଏକ ଆଇଟିଆଇ କଲେଜରେ ଏଭଳି ଅଭାବନୀୟ କାଣ୍ଡ ଘଟିଯାଇଛି । ବ୍ୟାନର ଲଗାଉଥିବା ଜଣେ ଛାତ୍ରଙ୍କ ପ୍ରାଣହାନି ଘଟିଥିବା ବେଳେ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି ।
ଗୁରୁତର ଥିବା ଛାତ୍ର ଜଣଙ୍କୁ ଯୋଡାର ଟିସ୍କୋ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ୟାନର ବାନ୍ଧୁଥିବା ସମୟରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଦୁଇ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଉଭୟ ଛାତ୍ର କଲେଜର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଏହି ବ୍ୟାନର ବାନ୍ଧୁଥିବା ଜଣାପଡିଛି ।

Get real time updates directly on you device, subscribe now.