‘ଆମେରିକା ଇତିହାସରେ ଏତେ ବଡ ମୁର୍ଖ ମୁଁ ଦେଖି ନ ଥିଲି’, ପୂର୍ବତନ ରାଷ୍ଟ୍ରପତି ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ କଲେ ଏପରି ଆକ୍ଷେପ

ୱାଶିଂଟନ୍‌:ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପରସ୍ପରକୁ ଆକ୍ରମଣ ଓ ପ୍ରତିଆକ୍ରମଣ ଥମିବାର ନାଁ ଧରୁନାହିଁ । ପର୍ଣ୍ଣ ଷ୍ଟାର ସହ ଅବୈଧ ସଂପର୍କକୁ ନେଇ କୋର୍ଟରେ ଚାଲିଥିବା ମାମଲା ମଧ୍ୟରେ ଟ୍ରମ୍ପ ଏକ ର‌୍ୟାଲିରେ ବାଇଡେନଙ୍କୁ ଜୋରଦାର ଆକ୍ଷେପ କରିଛନ୍ତି । ଟ୍ରମ୍ପ କହିଛନ୍ତି ସେ ତାଙ୍କ ଜୀବନରେ ବାଇଡେନ୍‌ଙ୍କ ଠାରୁ ବଡ ମୁର୍ଖ ଦେଖିନାହାନ୍ତି । ସେ କହିଛନ୍ତି ଆମେରିକା ଇତିହାସରେ କେହିି ରାଷ୍ଟ୍ରପତି ଦେଶକୁ ଏତେ କ୍ଷତି ପହଞ୍ଚାଇ ନାହାନ୍ତି ଯେତେ କ୍ଷତି ବାଇଡେନ୍ ପହଞ୍ଚାଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇଣ୍ଡିଆନା ରାଜ୍ୟରେ ହୋଇଥିବା ପ୍ରାଥମିକ ନିର୍ବାଚନରେ ନିଜ ନିଜ ପାର୍ଟି ପକ୍ଷରୁ ବିଜୟ ହାସଲ କରିଛନ୍ତି । ବାଇଡେନ୍ ଡେମୋକ୍ରାଟିକ୍ ପାର୍ଟିର ନେତା ହୋଇଥିବା ବେଳେ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟିର ନେତା ।

ଏହାରି ମଧ୍ୟରେ ଟ୍ରମ୍ପ ହଜାର ହଜାର ସମର୍ଥକଙ୍କ ମଧ୍ୟରେ ବାଇଡେନଙ୍କୁ କଡା ସମାଲୋଚନା କରି କହିଛନ୍ତି ବାଇଡେନ୍ ଏକାକୀ ଆମେରିକାକୁ ଯେତିକି କ୍ଷତି ପହଞ୍ଚାଇଛନ୍ତି ସେତିକି କ୍ଷତି ଦେଶର ଇତିହାସରେ ସବୁଠାରୁ ଖରାପ ୧୦ ରାଷ୍ଟ୍ରପତି ମିଳିତ ଭାବରେ ବି ପହଞ୍ଚାଇ ନ ଥିଲେ । ସେ ବାଇଡେନଙ୍କୁ ମୂର୍ଖ ବୋଲି କହିଛନ୍ତି ଓ କହିଛନ୍ତି ତାଙ୍କ ମୁଣ୍ଡରେ ବିଲକୁଲ୍ ବି ବୁଦ୍ଧି ନାହିଁ । ସେ କ’ଣ ତାଙ୍କୁ ବିଶ୍ୱ ଭଲଭାବରେ ଚିହ୍ନିପାରିଛି । ପୁରା ବିଶ୍ୱ ତାଙ୍କୁ ନେଇ ସମାଲୋଚନା କରୁଛି । ଏହା ସହ ଟ୍ରମ୍ପ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ଓ ମାମଲା ଲାଗି ବାଇଡେନଙ୍କୁ ଦୋଷୀ ବୋଲି କହିଛନ୍ତି । ତେବେ ଟ୍ରମ୍ଫଙ୍କ ଏପରି ଭାଷଣ ସମୟରେ ର‌୍ୟାଲିରେ ଉପସ୍ଥିତ ସମସ୍ତ ସମର୍ଥକ ବେଶ୍ ଖୁସି ଥିବାର ଦେଖାଯାଇଥିଲା । ଏହି ର‌୍ୟାଲିରେ ୮୦,୦୦୦ରୁ ପ୍ରାୟ ୧ଲକ୍ଷ ଲୋକ ଉପସ୍ଥିତ ଥିଲେ ।