fbpx

ପ୍ରଥମ ଆରବ ମହିଳା ଖେଳାଳି ଭାବେ ଜାବେଉର ଚତୁର୍ଥ ରାଉଣ୍ଡରେ

ପ୍ୟାରିସ,୪ା୧୦: ଟ୍ୟୁନିସିଆର ଓନସ ଜାବେଉର ପ୍ରଥମ ଆରବ ମହିଳା ଖେଳାଳି ଭାବେ ଫ୍ରେଞ୍ଚ ଓନ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡର ୧୬ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପକ୍କା କରି ନେଇଛନ୍ତି । ରବିବାର ଦିନ ଅନୁଷ୍ଠିତ ତୃତୀୟ ରାଉଣ୍ଡ ମ୍ୟାଚରେ ଜାବେଉର ୭-୬,୨-୬ ଓ ୬-୩ରେ ଅଷ୍ଟମ ସିଡ୍ ମାନ୍ୟତା ପ୍ରାପ୍ତ ଆରିୟାନ ସାବାଲେଙ୍କାଙ୍କୁ ପରାସ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଫ୍ରେଞ୍ଚ ଓନରେ ଜାବେଉରଙ୍କର ଏହା ଶ୍ରେଷ୍ଠ ପ୍ରଦର୍ଶନ । ପୂର୍ବରୁ ୨୦୧୭ରେ ଜାବେଉର ଫ୍ରେଞ୍ଚ ଓନ ତୃତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ ।

ତେବେ ୨୦୧୧ ଫ୍ରେଓପନ ଗ୍ରାଣ୍ଡସ୍ଳାମର ମାଳିକା ଜୁନିଅର ଟାଇଟଲ ଜିଣିବାରେ ସଫଳ ହୋଇ ଥିବା ବେଳେ ସିନିଅର ବିଭାଗରେ କେବେ ତୃତୀୟ ରାଉଣ୍ଡ ଅତିକ୍ରମ କରିପାରି ନ ଥିଲେ । ଅବଶ୍ୟ ଜାବେଉର ପ୍ରଥମ ଆରବ ମହିଳା ଖେଳାଳି ଭାବେ ଚଳିତ ବର୍ଷ ଅନୁଷ୍ଠିତ ଅଷ୍ଟ୍ରେଲିଆ ଓନ ଗ୍ରାଣ୍ଡସ୍ଳାମ ଟେନିସ ଚାମ୍ପିଅନଶିର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ପୂର୍ବରୁ କୌଣସି ଆରବ ମହିଳା ଖେଳାଳି ଫ୍ରେଞ୍ଚ ଓ ଓପନରେ କେବେ ଆଶନୁରୂପ ପ୍ରଦର୍ଶନ କରି ପାରି ନ ଥିବା ବେଳେ ଜାବେଉର ଚଳିତ ବର୍ଷ ଫ୍ରେଞ୍ଚ ଓନ ଚତୁର୍ଥ ରାଉଣ୍ଡକୁ ଉନ୍ନିତ ହୋଇ ଆଉ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

Get real time updates directly on you device, subscribe now.