fbpx

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ସେକ୍ସ ସମ୍ପର୍କରେ ପଚରାଗଲା ପ୍ରଶ୍ନ, ଦେଲେ ଏପରି ଜବାବ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆଡର୍ନ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଏକ ପ୍ରେସ କନଫରେନ୍ସରେ ତାଙ୍କୁ ସେକ୍ସ ସମ୍ପର୍କିତ କିଛି ପ୍ରଶ୍ନ ପଚରା ଯାଇଥିଲା । ଆଉ ସେତେବେଳେ ହଠାତ୍ ତାଙ୍କ ଚେହେରାର ରଙ୍ଗ ହିଁ ପରିବର୍ତ୍ତନ ହୋଇଯାଇଥିଲା । ଆଉ ତାଙ୍କର ଏହି ସସପେନ୍ସ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

ବାସ୍ତବରେ, ନ୍ୟୁଜିଲ୍ୟାଣ୍ଡରେ କରୋନାଭାଇରସକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆଡର୍ନ ପ୍ରଭାବୀ ପଦକ୍ଷେପ ନେଇଥିଲେ । ତେଣୁ ତାଙ୍କୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ନିଜର ଏହି ସଫଳତା ବିଷୟରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆଡର୍ନ ଏବଂ ଦେଶର ଚିକିତ୍ସା ମହାନିର୍ଦ୍ଦେଶକ ଡାକ୍ତର ଏଶ୍ଲେ ବ୍ଲୁମଫିଲ୍ଡ ସାମ୍ବାଦିକମାନଙ୍କୁ ଦେଶରେ କରୋନା ସହ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ କହିଥିଲେ।

ଏହି ସମୟରେ ଜେସିଣ୍ଡା ଆଡର୍ନଙ୍କୁ ଜଣେ ସାମ୍ବାଦିକ ଅକଲ୍ୟାଣ୍ଡ ହସ୍ପିଟାଲରେ ଜଣେ ରୋଗୀ ଓ ତାଙ୍କୁ ଭେଟିବାକୁ ଆସିଥିବା ବ୍ୟକ୍ତି, ଦୁହେଁ ଯୌନ ସମ୍ପର୍କ ବନାଇଥିଲେ । ଯେଉଁଥିପାଇଁ ସେମାନଙ୍କ ଉପରେ ଅଭିଯୋଗ ଅଣାଯାଇଛି । ତେଣୁ ଦୁନିଆରେ କରୋନା ଭଳି ସ୍ଥିତିରେ ଏଭଳି ସ୍ଥିତିକୁ ହାଇ ରିସ୍କ ଗତିବିଧି ବୋଲି ଧରାଯିବକି? ଆଉ ଜେସିଣ୍ଡା ଆଡର୍ନ ଏହି ପ୍ରଶ୍ନରେ କିଛି ସମୟ ପାଇଁ ଚୁପ୍ ହୋଇଯାଇଥିଲେ । ଆଉ ତାଙ୍କର ଏହି ମୁହୂର୍ତ୍ତ ଏବେ ଖୁବ୍ ଜୋରରେ ଭାଇରାଲ୍ ହେଉଛି । ସେ ଏହାର ଉତ୍ତରରେ ଏହାକୁ ଏକ ହାଇରିସ୍କ ଗତିବିଧି ବୋଲି ମତ ପ୍ରକାଶ କରିଥିଲେ ।

 

Get real time updates directly on you device, subscribe now.