fbpx

ଜ୍ୟାକଲିନଙ୍କୁ ଡାକିଥିଲେ ଇଡି, ହେଲେ ହେଡକ୍ୱାର୍ଟରକୁ ଓକିଲଙ୍କୁ ପଠାଇଦେଲେ ଅଭିନେତ୍ରୀ, କହିଲେ ଏହି କଥା

ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ନେଇ ପୁଣିଥରେ ସମନ ପଠାଇଛନ୍ତି । ଯାହାପରେ ବର୍ତ୍ତମାନ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଓକିଲ ପ୍ରଶାନ୍ତ ପାଟିଲ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ସେହିପରି ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି ଯେ, ସୁକେଶ ଚନ୍ଦ୍ରଶେଖର ମାମଲାରେ ଇଡି ଚାର୍ଜସିଟ ଦାଖଲ କରିସାରିଛନ୍ତି । ଓକିଲ କହିଛନ୍ତି ଯେ, ଆଜି ଦ୍ୱିପ୍ରହର ସୁଦ୍ଧା ଇଡି ପକ୍ଷରୁ ମେଲ ଆସିବ, ଯେଉଁଥିରେ ସେ ଜ୍ୟାକଲିନଙ୍କୁ ହାଜର ହେବାର ଦିନ ଏବଂ ସମୟ କହିବେ ।

ଏହି ସମୟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଓକିଲ ପ୍ରଶାନ୍ତ ପାଟିଲଙ୍କ କହିବାନୁଯାୟୀ, ଆମେ ଇଡିର ଅଧିକାରୀମାନଙ୍କୁ ଭେଟିଛୁ ଏବଂ ପାଚାରିଛୁ ଯଦି କୌଣସି ଡକ୍ୟୁମେଣ୍ଟ ଦରକାର ଆମେ ଦେଇଦେବୁ । ହେଲେ ପ୍ରବର୍ତନ ନିର୍ଦ୍ଦେଶାଳର ଅଧିକାରୀମାନେ ଜ୍ୟାକଲିନଙ୍କୁ ନିଜେ ହଜାର ହେବାକୁ କହିଛନ୍ତି । ଓକିଲ କହିଛନ୍ତି ଯେ, ଯଦି ଇଡି ଆଜି ହିଁ ହାଜର ହେବାକୁ କହିବେ ତେବେ ଜ୍ୟାକଲିନ ଆଜି ହିଁ ଇଡି ହେଉଡକ୍ୱାର୍ଟରରେ ହାଜର ହେବେ ।

Get real time updates directly on you device, subscribe now.