ମନୋରଞ୍ଜନ ମାଧ୍ୟମରେ ପିଲାମାନଙ୍କୁ ଦିଆଯିବ ଶିକ୍ଷା, ପ୍ରଦାନ କରାଯିବ ଯାଦୁପେଡି

ଶିଶୁ ବାଟିକା, ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି’ ।

ଭୁବନେଶ୍ବର: ଶିକ୍ଷାକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ରଛାତ୍ରୀଙ୍କୁ ଦିଆଯିବ ଯାଦୁପେଡ଼ି ।

ଖେଳ ଏବଂ ମନୋରଞ୍ଜନ ମାଧ୍ୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ । ଶିଶୁବାଟିକା, ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହି ଯାଦୁପେଡ଼ି ଦିଆଯିବ ।

NCERT ଦ୍ବାରା ପ୍ରସ୍ତୁତ ଏହି କିଟ୍‌କୁ ୪୫ ହଜାର ସ୍କୁଲରେ ବଣ୍ଟନ ହେବ । ଏନେଇ ରାଜ୍ୟ ସରକାର ୯୦ କୋଟି ଖର୍ଚ୍ଚ କରିବେ ।

ଲୋକସେବା ଭବନରେ ‘ଯାଦୁପେଡି’ ଦେଖିଲେ ମୁଖ୍ୟମନ୍ତ୍ରୀ । ଯାଦୁପେଡ଼ି’ ପିଲାଙ୍କୁ ପାଠ ପଢ଼ିବା ପାଇଁ ଆକୃଷ୍ଟ କରିବ ବୋଲି ମୋହନ ମାଝୀ କହିଛନ୍ତି ।

ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରଥମ ଥର ପାଇଁ ଶିଶୁବାଟିକା ମଧ୍ୟ ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା ମଧ୍ୟ କରାଯାଉଛି ।