ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ
ଆଜି ସନ୍ଧ୍ୟା 7ଟାରୁ ରାତି 12ଟା ପର୍ଯ୍ୟନ୍ତ ଠାକୁରଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ।
ନୂଆଦିଲ୍ଲୀ: ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯିବ । ବଡ଼ ଦେଉଳର ପରମ୍ପରା ଅନୁସାରେ ନୀତିକ୍ରାନ୍ତି ହେବ । ଏହି କାରଣ ପାଇଂ ଆଜି 5 ଘଣ୍ଟା ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ ।
ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସନ୍ଧ୍ୟା 7ଟାରୁ ରାତି 12ଟା ପର୍ଯ୍ୟନ୍ତ ଠାକୁରଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ଶ୍ରୀକୃଷ୍ଣଙ୍କ ଜନ୍ମର ପୂର୍ବ ବିଧି ପାଳନ ଗୁରୁବାର ଅର୍ଥାତ୍ କାଲି ଶେଷ ହୋଇଛି ।
ଗତକାଲି ମହାପ୍ରଭଙ୍କୁ ଯେଉଁଟ ଭୋଗ ଲାଗୁ କରାଯାଇଛି । ଗର୍ଭଯନ୍ତ୍ରଣାରୁ ଉପଶମ ପାଇଁ ଏହି ଭୋଗ ଲାଗି କରାଯାଇଛି । ଏଥିରେ ଶାଗ, ପିଠା, ତରକାରୀ, ଓରିଆ ଏବଂ କ୍ଷୀରି ଲାଗି କରାଯାଇଥିଲା ।
ଶ୍ରୀମନ୍ଦିର ପରମ୍ପରା ଅନୁସାରେ, ଶ୍ରୀଜଗନ୍ନାଥଙ୍କ ଠାରୁ ହିଁ କୃଷ୍ଣ ଏବଂ ରାମ ଇତ୍ୟାଦି ଅବତାର ଜନ୍ମ ନିଅନ୍ତି । ରାତିରେ ଯେଉଟ ଭୋଗ ଲାଗି ହେଲା ପରେ 3 ବାଡରେ ବନ୍ଦାପନା ହୋଇଥିଲା ।
ଏହାପରେ ମହାପ୍ରଭୁଙ୍କ ବାଡରେ ବନ୍ଦାପନା ହୋଇଥିଲା । ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ । ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯିବ ।