CHARIDHAM

ଦଗାଦିଆ ଥାନାବାବୁ; ନାବାଳିକା ଝିଅକୁ ବାହା ହେଲେ, ମନ ଭରିଗଲାରୁ ମାଡ଼ ମାରି ଘରୁ ତଡ଼ି ଦେଲେ

ଜଗତସିଂହପୁର: ଦଗାଦେଇଦେଲେ ଥାନାବାବୁ, ବିବାହ କରି ମାଡ଼ ମାରି ଘରୁ ତଡ଼ିଦେଲେ। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁରରେ। ପୋଲିସ ଏସଆଇଙ୍କ ନାଁରେ ହୋଇଛି ସାଙ୍ଘାତିକ ଅଭିଯୋଗ।

ନାବାଳିକା ଝିଅକୁ ବିବାହ କରି ଘରକୁ ନେଇଥିଲେ ଥାନାବାବୁ। ମନ ଭରିଗଲାରୁ ନିର୍ଯାତନା ଦେବା ସହ ମାଡ଼ ମାରି ଘରୁ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଖାଲି ଏତିକି ନୁହେଁ, ଏତଲାର 4 ମାସ ପରେ ବି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଏସପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ SIଙ୍କୁ ନିଲମ୍ବିତ କରାଯାଇଛି। ଚାକିରିରୁ ନିଲମ୍ବନ ପରେ ଅଭିଯୁକ୍ତ SI ଫେରାର ମାରିଥିବା ମଧ୍ୟ ସୂଚନା ମିଳିଛି।