fbpx

NEET-UG କାଉନସେଲିଂ ସ୍ଥଗିତ ହେବାକୁ ନେଇ ମୁହଁ ଖୋଲିଲେ ଜୟରାମ ରମେଶ, କହିଲେ ଏହି କଥା

ନୂଆଦିଲ୍ଲୀ: ନୀଟ ୟୁଜି ପରୀକ୍ଷା ସହ ଜଡିତ ଏକ ବଡ ଅପଡେଟ ଆସିଛି । ସ୍ନାତକ ମେଡିକାଲ ପାଠ୍ୟକ୍ରମରେ ପ୍ରବେଶ ପାଇଁ ନୀଟ ୟୁଜି କାଉନସେଲିଂକୁ ସ୍ଥଗିତ କରିବାର ନିଷ୍ପତ୍ତି ନିଆଯାଇଛି । ସମାଚାର ଏଜେନ୍ସି ଏଏନଆଇ ଅଫିସିଆଲ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଶନିବାର ଦିନ ହେବାକୁ ଥିବା ନେସନାଲ ଏଲିଜିବିଲିଟୀ କମ ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଉଣ୍ଡ କାଉନସେଲିଂକୁ ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ସ୍ଥଗିତ କରିଛନ୍ତି । ଶିକ୍ଷାମନ୍ତ୍ରାଳୟ ଖୁବଶିଘ୍ର ତାରିଖର ଘୋଷଣା କରିବ ।

ଏହାରି ମଧ୍ୟରେ କଂଗ୍ରେସ ନେତା ଜୟରାମ ରମେଶ ନୀଟ ୟୁଜି କାଉନସେଲିଂ ସ୍ଥଗିତ ହେବାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, ସମସ୍ତ ନୀଟ-ୟୁଜି ମାମଲା ପ୍ରତି ଦିନ ବଢିବାରେ ଲାଗିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ପ୍ରଧାନମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀ ଏହି ମାମଲାରେ କେତେ ଅକ୍ଷମ ଏବଂ ଅସମ୍ବେଦନଶୀଳ ଅଟନ୍ତି । ଆମର ଲକ୍ଷ ଲକ୍ଷ ଯୁବକମାନଙ୍କ ଭବିଷ୍ୟତ ତାଙ୍କ ହାତରେ ଆଦୌ ସୁରକ୍ଷିତ ନୁହେଁ ।

Get real time updates directly on you device, subscribe now.