fbpx

ଯାଜପୁର ବସ୍ ଦୁର୍ଘଟଣା: ଆଇସିୟୁରେ ୫ ଜଣ ଭର୍ତ୍ତି, ଆହତଙ୍କୁ ଭେଟିଲେ ଫାଇଭ-ଟି ସଚିବ

ଯାଜପୁର: ଯାଜପୁର ବସ୍ ଦୁର୍ଘଟଣାରେ ପ୍ରାୟ ୪୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏଥିରେ ଗୁରୁତର ଆହତ ହୋଇଥିବା ୫ ଜଣ ଯାତ୍ରୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କୁ ଉଚିତ୍ ଚିକିତ୍ସା ଯୋଗାଇ ଦେବାକୁ ବ୍ୟବସ୍ତା କରାଯାଇଛି । ତେବେ ଏହାବ୍ୟତୀତ ୧୮ ଜଣ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହୋଇଥିବା ବେଳ ୧୪ ଜଣ ଆହତ ଯାତ୍ରୀ ସ୍ନାୟୁ ବିଭାଗରେ ଭର୍ତ୍ତି ହୋଇଛନ୍ତି । ଏହାବ୍ୟତୀତ ଅନ୍ୟ ସମସ୍ତ ଆହତ ଯାତ୍ରୀ ଜେନେରାଲ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ତେବେ ମିଳିଥିବା ରିପୋର୍ଟ ଅନୁସାରେ, କିଛି ଆହତଙ୍କ ଅବସ୍ଥାରେ ସୁଧାର ଆସିବା ପରେ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ମଧ୍ୟ ଅନେକ ଯାତ୍ରୀଙ୍କ ଚିକିତ୍ସା ଜରି ରହିଛି । ଏ ନେଇ ଏସସିବି ମେଡିକାଲର କୁଳସଚିବ ଡା. ଅବିନାଶ ରାଉତ ସୂଚନା ଦେଇଛନ୍ତି ।

ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳରେ ଏହି ଭୟଙ୍କର ଦୁର୍ଘଟଣାରେ ୪୬ ଜଣ ଯାତ୍ରୀ ଆହତ ହୋଇଥିଲେ । ତେବେ ସମସ୍ତଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିବା ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଆଜି ସକାଳେ ରାଜ୍ୟ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ କଟକ ଏସସିବି ମେଡିକାଲରେ ପହଞ୍ଚି ଆହତଙ୍କ ସହ କଥାବାର୍ତ୍ତା କରିଛନ୍ତି । ଆହତ ଯାତ୍ରୀମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପାଣ୍ଡିଆନ୍ । ଏହାସହିତ ଜିଲ୍ଲାପାଳ, ଏସପି ଏବଂ ପରିବହନ ବିଭାଗ କମିଶନର ମଧ୍ୟ ସେଠାରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.