fbpx

ଯାଜପୁର ବସ୍‌ ଦୁର୍ଘଟଣା; ଏସ୍‌ସିବି କୁଳସଚିବଙ୍କ ସୂଚନା, ଆଇସିୟୁରେ ଚାଲିଛି ୫ ଜଣଙ୍କ ଚିକିତ୍ସା

କଟକ: (ଓଡ଼ିଶା ଭାସ୍କର) ଗତକାଲି ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କୁଆଖିଆ ନିକଟ ବାରବାଟୀ ଓଭର ବ୍ରିଜରୁ ଏକ ଯାତ୍ରୀବାହୀ ବସ୍ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ପ୍ରାଥମିକ ଅବସ୍ଥାରେ ଆହତ ଯାତ୍ରୀମାନଙ୍କୁ ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତରମାନଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଥିଲା । ନିଜେ ସିଡିଏମଓ ଏକ ଟିମ ସହ ଦୁର୍ଘଟଣାସ୍ଥଳକୁ ଆସିଥିଲେ ।

ଚିକିତ୍ସା ସମ୍ପର୍କରେ ଏସ୍‌ସିବି କୁଳସଚିବ ଡ.ଅବିନାଶ ରାଉତଙ୍କ ସୂଚନା । “ଯାଜପୁର ବସ୍‌ ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ଆଇସିୟୁରେ ଚାଲିଛି ୫ ଜଣଙ୍କ ଚିକିତ୍ସା ।୧୪ ଜଣଙ୍କୁ ଅସ୍ଥିଶଲ୍ୟ ଓ ୫ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ୨୭ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଗତକାଲି ଦୁର୍ଘଟଣାରେ ଆହତ ୪୬ ଜଣଙ୍କୁ ଏସ୍‌ସିବି ମେଡିକାଲ ଅଣାଯାଇଥିଲା ।”

 

Get real time updates directly on you device, subscribe now.