fbpx

ଏହି ୨ଟି ବ୍ୟାଙ୍କ ଉପରେ ରୋକ୍ ଲଗାଇଲା RBI: ମାତ୍ର ଏତିକି ଟଙ୍କା ଉଠାଇପାରିବେ ଆକାଉଣ୍ଟଧାରୀ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦେଶର ସମସ୍ତ ବ୍ୟାଙ୍କ କିମ୍ବା ଏନବିଏଫସିର କାର୍ଯ୍ୟକଳାପ ଉପରେ ନଜର ରଖିଛି । ଯେତେବେଳେ ବି ବ୍ୟାଙ୍କ ଆରବିଆଇ ନିୟମକୁ ଅଣଦେଖା କରେ ଏବଂ ନିଜ ଇଛାରେ କାମ କରେ, କେନ୍ଦ୍ରୀୟ ବ୍ୟାଙ୍କ ଏହା ଉପରେ ଜୋରିମାନା ଲଗାଇଥାଏ ।

ଏହି କ୍ରମରେ ଆରବିଆଇ ମୁମ୍ବାଇରେ ଅବସ୍ଥିତ ସର୍ବୋଦୟ କୋ-ଅପରେଟିଭ୍ ବ୍ୟାଙ୍କ ଏବଂ ଉତ୍ତରପ୍ରଦେଶର ପ୍ରତାପଗଡରେ ଅବସ୍ଥିତ ନ୍ୟାସନାଲ ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଉପରେ ପ୍ରତିବନ୍ଧକ ଲଗାଇଛି ।

ଆର୍ôଥକ ଅବସ୍ଥା ଖରାପ ଥିବାରୁ ଆରବିଆଇ ସୋମବାର (ଏପ୍ରିଲ ୧୫) ସର୍ବୋଦୟ ସମବାୟ ବ୍ୟାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି । ଏଥିରେ ଗ୍ରାହକଙ୍କ ଉପରେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ୧୫,୦୦୦ ଟଙ୍କା ସୀମା ଧାର୍ଯ୍ୟ କରାଯାଇଛି । ଯୋଗ୍ୟ ଜମାକାରୀମାନେ କେବଳ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (ଡିଆଇସିଜିସି) ରୁ ସେମାନଙ୍କ ଜମା ଉପରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ବୀମା ଦାବି ରାଶି ପାଇବାକୁ ହକଦାର ହେବେ । ବ୍ୟାଙ୍କ ନିୟମାବଳୀ ଅଧିନିୟମ, ୧୯୪୯ ର ଧାରା ୩୫ଏ ଅନୁଯାୟୀ ନିର୍ଦ୍ଦେଶ ଆକାରରେ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ସୋମବାର (ଏପ୍ରିଲ ୧୫, ୨୦୨୪) ବ୍ୟବସାୟ ବନ୍ଦ ହେବା ଦିନଠାରୁ କାର୍ଯ୍ୟକାରୀ ହୋଇଛି । ରିଜର୍ଭ ବ୍ୟାଙ୍କ ଏହା ମଧ୍ୟ କହିଛି ଯେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ବ୍ୟାଙ୍କ ଲାଇସେନ୍ସ ବାତିଲ କରାଯିବା ଭାବରେ ଧରାଯିବା ଉଚିତ ନୁହେଁ ।

Get real time updates directly on you device, subscribe now.