fbpx

ନିଜାମୁଦ୍ଦିନ ମରକଜ ରେଲୱେ କନେକସନ,ଏହି ଟ୍ରେନରେ ବସିସାରିଛନ୍ତି ଜମାତି ଲୋକେ

ନିଜାମୁଦ୍ଦିନ ମରକଜ ହଜାର ହଜାର ଲୋକ ଆସଛନ୍ତି ଓ ଯାଇଛନ୍ତି । ଏମାନେ ୧୩ ମାର୍ଚ୍ଚରୁ ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଟ୍ରେନ ମାଧ୍ୟମରେ ହିଁ ଯିବା ଆସିବା କରିଛନ୍ତି ।ଏବେ ମରକଜ୍ରେ କରୋନା ବମ୍ ଫୁଟିବା ପରେ ପୋଲିସ୍ ଏବେ ସବୁ ରାଜ୍ୟରେ ଏଥରେ ଯୋଗ ଦେଇଥିବା ଲୋକଙ୍କୁ ଖୋଯିବା ଆରମ୍ଭ କରିଛି ।ଘରକୁ ଫେରିଆସିଥିବା କିଛି ଲୋକ କରୋନା ସଂକ୍ରମିତ ଥିବା ଆଶଙ୍କା କରାଯାଉଛି ।ଲକ୍ ଡାଉନ ପରେ ଏଥିରେ ଫଶିରହିଥିବା ଲୋକଙ୍କୁ ସିନା ପୋଲିସ ଉଦ୍ଧାର କରିଛି କିନ୍ତୁ କେନ୍ଦ୍ର ସରକାରଙ୍କ ରିପୋର୍ଟ ମୁତାବକ ପ୍ରାୟ ୭ ହଜାର୮ଶହ ୩୧ ଜମାତି ଲକ୍ ଡାଉନ ପୂର୍ବରୁ ଭିନ୍ନ ଭିନ୍ନ ରାଜ୍ୟକୁ ଫେରିଯାଇଛନ୍ତି । ଯେଉଁମାନଙ୍କ ଠାରୁ ସଂକ୍ରମଣର ଆଶଙ୍କା ଅଧିକ ।ବିଶେଷ କରି ସେମାନେ ଯାଇଥବା ଟ୍ରେନର ବଗିରେ ଥିବା ଲୋକେ ବି ସଂକ୍ରମିତ ହେବାର ଆଶଙ୍କା ଅଧିକ ।

ରେଳବାଇ ଏବେ ଏମାନଙ୍କୁ ନେଇ ଯାଇଥିବା ୫ଟି ମୁଖ୍ୟ ଟ୍ରେନର ଯାତ୍ରୀମାନଙ୍କ ସୂଚନା ସଂଗ୍ରହ କରୁଛି ।ଏଥିରେ ଆନ୍ଧ୍ରପ୍ରଦେଶକୁ ଯାଉଥିବା ଦୁରନ୍ତୋ ଏକ୍ସପ୍ରେସ୍ ,ଚେନ୍ନାଇ କୁ ଯାଉଥିବା ଗ୍ରାଣ୍ଡଟ୍ରାକ୍ ଏକ୍ସପ୍ରେସ,ତାମିଲନାଡୁ ଏକ୍ସପ୍ରେସ,ନୂଆଦିଲ୍ଲୀ ରାଂଚି ରାଜଧାନୀ ଏକ୍ସପ୍ରେସ,ଏବଂ ଏ.ପି ସଂପ୍ରର୍କକ୍ରାନ୍ତି ଏକ୍ସପ୍ରେସ ରହିଛି ।

Get real time updates directly on you device, subscribe now.