fbpx

ଜମାତିଙ୍କ ଲୋକେସନ ଟ୍ରାପ

Advertisement

ଭୁବନେଶ୍ୱର, ୧୬ ଓ୪ (ଓଡ଼ିଶା ଭାସ୍କର): ବିଦେଶୀ ଜମାତିଙ୍କ ଉପରେ ମଧ୍ୟ ହେବ କଡ଼ା କାର୍ୟ୍ୟାନୁଷ୍ଠାନ । ସୂତ୍ର ଅନୁସାରେ ଭିସା ନିୟମ ଉଲଙ୍ଘନ କରି ଏମାନେ ଧାର୍ମିକ ସଭାରେ ଯୋଗ ଦେଇଥିଲେ । ନିଜାମୁଦ୍ଦୀନ ତବଲିଗି ଜମାତରେ ସାମିଲ ହୋଇଥିବା ଏଭଳି କିଛି ବିଦେଶୀ ଜମାତିଙ୍କ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯାଉଛି । ୧୮୯୦ ବିଦେଶୀ ଜମାତିଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ(LOC) ଜାରି କରିଛି କ୍ରାଇମବ୍ରାଞ୍ଚ । ଲୋକେଶନ ଆଧାରରେ ଜମାତିଙ୍କୁ ଗୋଟି ଗୋଟି କରି ଠାବ କରୁଛି କ୍ରାଇମବ୍ରାଞ୍ଚ ଟିମ । ପୂର୍ବରୁ ୧୫ଶହ ଜମାତିଙ୍କୁ ଧରିସାରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନଙ୍କ ମଧ୍ୟରୁ ୪ଶହରୁ ଅଧିକ ବିଦେଶୀ ନାଗରିକ । ଯେଉଁମାନେ ଦିଲ୍ଲୀର ଛୋଟ ବଡ଼ ମସଜିଦ ନିକଟରେ ନିଜର ସମ୍ପର୍କୀୟଙ୍କ ଘରେ ରହୁଥିଲେ ।

Get real time updates directly on you device, subscribe now.