fbpx

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ୨୦୨୪: ଦିନ ୧୧ଟା ସୁଦ୍ଧା ୨୬% ମତଦାନ

ନୂଆଦିଲ୍ଲୀ: ଆଜି ଜାମ୍ମୁ କାଶ୍ମୀରରେ ୯୦ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି । ଏଥିପାଇଁ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମୋଟ୍ ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ପୋଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତେବେ ଦିନ ୧୧ଟା ସୁଦ୍ଧା ୨୬.୭୨% ଭୋଟିଂ ହୋଇଥିବା ସୂତ୍ରରୁ ପ୍ରକାଶ ।

ଜାମ୍ମୁ କାଶ୍ମୀରର ଅନନ୍ତନାଗରେ (୨୫.୫୫%), ଡୋଡାରେ(୩୨.୨୦), କିସ୍ତୱାଡ଼ରେ(୩୨.୬୯), କୁଲଗାମରେ(୨୫.୯୫%), ପୁଲୱାମାରେ(୨୦.୩୭%), ଶୋପିଆଁରେ(୨୫.୯୬%) ଏବଂ ରାମବନରେ(୩୧.୨୫%) ମତଦାନ ହୋଇଛି । ଜାମ୍ମୁର ୮ଟି ଏବଂ କାଶ୍ମୀରର ୧୬ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଜାମ୍ମୁ କାଶ୍ମୀରର ପମ୍ପୋରା, ତ୍ରାଲ୍, ପୁଲୱାମା, ରାଜପୋରା, ଜେନାପୋରା, ଶୋପିଆଁ, ଡିଏଚ୍ ପୋରା, କୁଲଗାମ, ଦେବସର, ଦୂରୁ, କୋକେରନାଗ(ଏସଟି), ଅନନ୍ତନାଗ ପଶ୍ଚିମ, ଅନନ୍ତନାଗ, ଶ୍ରୀଗୁଫୱାରା- ବିଜବେହରା, ଶାଙ୍ଗସ୍-ଅନନ୍ତନାଗ ପୂର୍ବ, ପହଲଗାମ, ଇନ୍ଦ୍ରୱାଲ, କିସ୍ତୱାଡ଼, ପେଡର- ନାଗସେନୀ, ଭଦ୍ରୱାହ, ଡୋଡା ପଶ୍ଚିମ, ରାମବନ ଏବଂ ବନିହାଲରେ ଆଜି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଅନୁଷ୍ଠିତ ହେଉଛି ।

Get real time updates directly on you device, subscribe now.