ଭୟଙ୍କର ଦୁର୍ଘଟଣା, ଘାଟିରେ ଖସିଗଲା ଭ୍ୟାନ୍, ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ
ଜମ୍ମୁ-କାଶ୍ମୀରର ଡୋଡ଼ାରେ ଦୁର୍ଘଟଣା, ଘାଟିରେ ଖସିପଡ଼ିଲା ଭ୍ୟାନ୍, ୫ ମୃତ
ଶ୍ରୀନଗର: ଜମ୍ମୁ-କାଶ୍ମୀରର ଡୋଡାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଯାତ୍ରୀବାହୀ ଭ୍ୟାନ ଅନିୟନ୍ତ୍ରିତ ହୋଇ ଗଭୀର ଘାଟିରେ ଖସିପଡ଼ିଛି।
ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଆହତ ହୋଇଥିବା ଅନ୍ୟ ଯାତ୍ରୀଙ୍କୁ ହସ୍ପିଟାଲ ନିଆଯାଇଛି।
ଏହି ଭୟଙ୍କର ଦୁର୍ଘଟଣା ସଡ଼କ ଦୁର୍ଘଟଣା ଜମ୍ମୁ-କାଶ୍ମୀରର ଡେଡା ଜିଲ୍ଲାର ପୋଡା ଅଞ୍ଚଳରେ ଘଟିଛି। ସୂଚନାନୁଯାୟୀ, ଏକ ଭ୍ୟାନ୍ ଅନିୟନ୍ତ୍ରିତ ହୋଇ ଗଭୀର ଘାଟିରେ ଖସିପଡ଼ିଛି।
ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦୁର୍ଘଟଣାରେ ୧୦ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଚିକିତ୍ସା ପାଇଁ ଏମାନଙ୍କୁ ଜିଏସସି ଡୋଡାକୁ ପଠାଯାଇଛି।