fbpx

ଆତଙ୍କବାଦୀଙ୍କୁ ସେନାବାହିନୀର କଡା ଜବାବ, ୨ ଆତଙ୍କବାଦୀ ନିହତ, ଅପରେସନ ଜାରି

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଅତଙ୍କବାଦୀଙ୍କ ବିରୋଧରେ ଲଗାତାର ଅଭିଯାନ ଚାଲୁରହିଛି, ହେଲେ ଅତଙ୍କବାଦୀ ନିଜର କାର୍ଯ୍ୟକଳାପରୁ ପଛକୁ ଫେରୁନାହାନ୍ତି। ସେନାବାହିନୀ ଦ୍ୱାରା ଆତଙ୍କବାଦୀଙ୍କୁ କଡା ଜବାବ ମିଳିଛି। ବର୍ତ୍ତମାନ ନୌସେରା ଅଞ୍ଚଳରେ ଆତଙ୍କବାଦୀମାନେ ପ୍ରବେଶ କରିବାକୁ ଚାହୁଁଥିଲେ, ହେଲେ ୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି।

ହ୍ୱାଇଟ ନାଇଟ କୋର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ନେଇ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ପ୍ରବେଶର ସମ୍ଭାବନା ବିଷୟରେ ଗୁପ୍ତ ଏଜେନ୍ସି ଏବଂ ଜାମ୍ମୁ କାଶ୍ମୀର ପୋଲିସ ପାଖରୁ ମିଳିଥିବା ସୂଚନାନୁଯାୟୀ; ଭାରତୀୟ ସେନା ଦ୍ୱାରା ୮ ସେପ୍ଟେମ୍ବର ମଧ୍ୟରାତ୍ରୀ ସୁଧା ଲାମ, ନୌସେରା ଅଞ୍ଚଳରେ ପ୍ରବେଶ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା। ୨ ଆତଙ୍କବାଦୀମାନଙ୍କୁ ନିହତ କରାଯାଇଛି ଏବଂ ବହୁମାତ୍ରାରେ ଯୁଦ୍ଧ ସାମଗ୍ରୀ ଜବତ କରାଯାଇଛି। ବର୍ତ୍ତମାନ ଅପରେସନ ଜାରି ରହିଛି।

ଏହା ପୂର୍ବରୁ ସେପ୍ଟେମ୍ବର ୨ ତାରିଖରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ମୁହାଁମୁହିଁ ମଧ୍ୟରେ ଜାମ୍ମୁ-କାଶ୍ମୀରର ସଂଜବାନ ମିଲିଟ୍ରୀ ଷ୍ଟେସନରେ ଆତଙ୍କବାଦୀମାନେ ଫାୟରିଙ୍ଗ କରିଥିଲେ। ଏହି ମୁହାଁମୁହିଁରେ ସେନାର ଜଣେ ଯବାନ ଶହୀଦ ହୋଇଥିଲେ।

Get real time updates directly on you device, subscribe now.