ଜାମ୍ମୁକାଶ୍ମୀର ନେଇ ଆସିଲା ବଡ଼ ଅପଡେଟ; ସୂଚନା ଦେଲେ ରାଜ୍ୟପାଳ, ଖୋଲିବ 11 ପର୍ଯ୍ୟଟନସ୍ଥଳୀ…

କଡା ସୁରକ୍ଷା ବଳୟରେ କାଶ୍ମିର । ଖୋଲିଲା ବନ୍ଦ ଥିବା ପର୍ଯ୍ୟଟନସ୍ଥଳୀ...

ଶ୍ରୀନଗର: ଯଦି ଆପଣ ଜାମ୍ମୁ ଓ କାଶ୍ମୀର ପରିଦର୍ଶନ କରିବାକୁ ଆଗ୍ରହୀ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ସମୀକ୍ଷା ପରେ, ସେପ୍ଟେମ୍ବର 29 ତାରିଖରୁ ବନ୍ଦ ଥିବା ଅନେକ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବାବଦରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ମନୋଜ ସିହ୍ନା କହିଛନ୍ତି ଯେ କାଶ୍ମୀର ଏବଂ ଜମ୍ମୁ ଡିଭିଜନର ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ। ପହଲଗାମ ହମଲା ପରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଏହି ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରାଯାଇଥିଲା। ଏବେ ପୁଣି ଏହି ସ୍ଥାନଗୁଡିକ ଖୋଲାଯିବ ।

ବୁଲିବାକୁ ଚାହୁଥିବା ଲୋକମାନେ ପୁଣି ନିଜ ଟ୍ରିପ ପ୍ଲାନ କରିପାରିବେ ।କଡା ସୁରକ୍ଷା ବଳୟରେ ସ୍ଥାନେ ସ୍ଥାନେ ଚେକିଙ୍ଗ କରି ଲୋକଙ୍କୁ ଭିତରକୁ ଛଡାଯିବ । ତେବେ ଜନସାଧାରଣ ଭୟଭୀତ ନହେବାକୁ ଗଭର୍ଣ୍ଣର କହିଛନ୍ତି ।

କେଉଁ ସ୍ଥାନଗୁଡ଼ିକ ପୁଣି ଖୋଲାଯିବ: କାଶ୍ମୀରରେ ଯେଉଁ ସ୍ଥାନଗୁଡ଼ିକ ପୁଣି ଖୋଲାଯିବ ସେଗୁଡ଼ିକ ମଧ୍ୟରେ ଆରୁ ଭ୍ୟାଲି, ରାଫ୍ଟିଂ ପଏଣ୍ଟ ୟାନାର, ଅକ୍କଡ ପାର୍କ, ପଦସାହି ପାର୍କ ଏବଂ କମାଣ୍ଡ ପୋଷ୍ଟ, ଡଗାନ ଟପ୍, ରାମବାନ, କାଠୁଆର ଧାଗର ଅଞ୍ଚଳ ଏବଂ ରିଆସିର ଶିବ ଗୁମ୍ଫା ଅନ୍ତର୍ଭୁକ୍ତ। ସେପ୍ଟେମ୍ବର 29 ତାରିଖରୁ ପର୍ଯ୍ୟାୟକ୍ରମେ ଏହି ସମସ୍ତ ସ୍ଥାନଗୁଡ଼ିକ ପୁଣି ଖୋଲାଯିବ। ସୁରକ୍ଷା ଏଜେନ୍ସି ଏବଂ ଜିଲ୍ଲା ପ୍ରଶାସନ ସହିତ ବୈଠକ ପରେ ଏକ ବ୍ୟାପକ ସମୀକ୍ଷା କରି ଏହି ନିଷ୍ପତ୍ତି ନିଆଯାଇଛି ।

ଏନେଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଟ୍ୱିଟ୍ କରି ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି । କଡା ସୁରକ୍ଷା ବଳରେ ଏବେ କାଶ୍ମିରୀ ରହିଛି ଏଣୁ ସାଧାରଣ ଜନତା ଭୟଭୀତ ନହେବା ପାଇଁ ଗଭର୍ଣ୍ଣର କହିଛନ୍ତି ।