fbpx

ଲଗାତାର ବିଗୁଡ଼ୁଛି ସିଞ୍ଜୋ ଆବେଙ୍କ ଅବସ୍ଥା: ବାତିଲ ହୋଇପାରେ ନିର୍ବାଚନ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ ହୋଇଛି । ଜାପାନ ମିଡିଆରୁ ମିଳିଥିବା ସୂଚନା ଅନୁସାରେ, ସିଞ୍ଜୋ ଆବେଙ୍କ ଅବସ୍ଥା ଧିରେ ଧିରେ ବିଗିଡ଼ିବାକୁ ଲାଗିଛି । ଡାକ୍ତର ତାଙ୍କୁ ବଞ୍ଚାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି, କିନ୍ତୁ ଏହା ପରେ ବି କୌଣସି ସୁଧାର ଦେଖାଯାଉ ନାହିଁ । ଏଭଳି ପରିସ୍ଥିତିରେ କୁହାଯାଉଛି କି, ରବିବାର ଦିନ ହେବାକୁ ଥିବା ଜାପାନ ସଂସଦର ଉଚ୍ଚ ସଦନର ନିର୍ବାଚନ ବାତିଲ ହୋଇପାରେ ।

ରିପୋର୍ଟ ଅନୁସାରେ, ସିଞ୍ଜୋ ଆବେଙ୍କୁ ସକାଳେ ନାରା ସହରରେ ଗୁଳି କରାଯାଇଥିଲା । ଭାଷଣ ଦେବାବେଳେ ସେ ହଠାତ୍ ଖସିପଡିଥିଲେ । ତାଙ୍କ ଛାତିରେ ଗୁଳି ବାଜିଥିବା ରିପୋର୍ଟରେ କୁହାଯାଇଛି । ଗୁଳି ଚଳାଇବା ପରେ ସିଞ୍ଜୋ ଆବେଙ୍କ ହାର୍ଟ ଆଟାକ୍ ଆସିଥିଲା । ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ଅତ୍ୟଧିକ ରକ୍ତସ୍ରାବ ହୋଇଛି । ତାଙ୍କ ହାର୍ଟ କାମ କରିବା ବନ୍ଦ କରିଦେଇଛି । ତାହା କୌଣସି ପ୍ରତିକ୍ରିୟା ଦେଉ ନାହ୍ୟି । ଆବେଙ୍କୁ ନାରା ମେଡିକାଲ ୟୁନିଭରସିଟି ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ଅନ୍ୟପଟେ ଜାପାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣକୁ ବର୍ବର ତଥା ଦୁର୍ଭାଗପୂର୍ଣ୍ଣ ବୋଲି କହିଛନ୍ତି । ଏଥିସହ ଏହି ଘଟଣାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ମଧ୍ୟ କହିଛନ୍ତି । ପ୍ରଧାନମନ୍ତ୍ରୀ କିଶିଦା କହିଛନ୍ତି ଯେ, ‘ଆମେ ଯାହା କରିପାରିବୁ ତାହା କରିବୁ । ଏହି ସମୟରେ, ସିଞ୍ଜୋ ଆବେଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ବହୁତ ପରିଶ୍ରମ କରୁଛନ୍ତି ।’

ତେବେ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ ନେଇ ଜାପାନ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସେ ୨୦୦୬-୦୭, ୨୦୧୨-୨୦୨୦ ଯାଏଁ ଜାପାନର ପ୍ରଧାନମନ୍ତ୍ରୀ ଥିଲେ । ଜାପାନରେ ସବୁଠାରୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି ।

Get real time updates directly on you device, subscribe now.