fbpx

ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଏବେ ପଦ ସମ୍ଭାଳିବେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ

ଟୋକିଓ: ଆଜି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ଦେଇଛନ୍ତି । ଉଭୟ କିଶିଦା ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ଉପରେ ଦୁର୍ନୀତି ସହ ଜଡ଼ିତ ଅନେକ ଗମ୍ଭୀର ଅଭିଯୋଗ ହେତୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ବର୍ତ୍ତମାନ ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଶାସକ ଲିବେରାଲ ଡେମୋକ୍ରାଟିକ୍ ପାର୍ଟିର ନେତା ଶିଗେରୁ ଇଶିବା ଖୁବ୍ ଶୀଘ୍ର ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ମଙ୍ଗଳବାର ହୋଇଥିବା କ୍ୟାବିନେଟ ବୈଠକରେ କିଶିଦା ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଥିବା କହିଥିଲେ ଜାପାନର ମୁଖ୍ୟ କ୍ୟାବିନେଟ ସଚିବ ୟୋଶିମାସା ହୟାଶୀ । ବର୍ତ୍ତମାନ ହେବାକୁ ଥିବା ଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କ ରାସ୍ତା ସ୍ପଷ୍ଟ ହୋଇଯାଇଛି । କହିରଖୁଛୁ ଶୁକ୍ରବାର ଶାସକ ଲିବେରାଲ ଡେମୋକ୍ରାଟିକ୍ ପାର୍ଟିର ନେତା ଭାବେ ଶିଗେରୁ ଇଶିବାଙ୍କ ଚୟନ କରାଯାଇଥିଲା । ଇଶିବାଙ୍କ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ଏବଂ ଜାପାନ ସମ୍ପର୍କ ଆହୁରୀ ଦୃଢ଼ ହେବ । ଏହାର ମୁଖ୍ୟ କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇଶିବାଙ୍କ ମଧ୍ୟରେ ସୁସମ୍ପର୍କ ।

Get real time updates directly on you device, subscribe now.