ଶ୍ରୀନଗର: ଜମ୍ମୁ-କଶ୍ମୀର ଉଦ୍ଧମପୁର ଜିଲ୍ଲା ଡୁଡୁ-ବସନ୍ତଗର୍ଗରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଥିବା ଖବର ପ୍ରକାଶ ପାଇଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣର ୨ ଦିନ ପରେ ଆତଙ୍କବାଦୀପୁଣି ଥରେ ଆକ୍ରମଣ ଉଦ୍ୟମରେ ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଥିବାବେଳେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି ।
ଏ ନେଇ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଜଏଣ୍ଟ ସର୍ଚ୍ଚ ଅପରେଶନ ଜାରି କରାଯାଇଛି ବୋଲି ଏକ୍ସ ପୋଷ୍ଟରେ ସୂଚନା ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସର୍ଚ୍ଚ ଅପରେଶନ କରାଯାଇଛି ।