fbpx

(Video) ‘ପଠାନ’କୁ ଟକ୍କର ଦେବ ‘ଯବାନ’, ଟ୍ରେଲର ରିଲିଜ ପୂର୍ବରୁ ସାମ୍ନାକୁ ଆସିଲା ପ୍ରିଭ୍ୟୁ ଭିଡିଓ

Advertisement

ନୂଆଦିଲ୍ଲୀ : ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କୁ କିଏ ବା ନ ଜାଣେ । ଶାହରୁଖ ପଠାନ ପରେ ଯବାନ ଫିଲ୍ମରେ ଜବରଦସ୍ତ ଆକ୍ସନ ସହ ପୁଣି ଫେରିଛନ୍ତି। ପଠାନ ଫିଲ୍ମ ହିଟ ହେବା ପରଠାରୁ ଶାହରୁଖଙ୍କ ଅପକମିଙ୍ଗ ଫିଲ୍ମ “ଯବାନ’ କୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ ଫିଲ୍ମର ମେକର୍ସ ଟ୍ରେଲର ପୂର୍ବରୁ ପ୍ରିଭ୍ୟୁ ଭିଡିଓ ରିଲିଜ କରିଛନ୍ତି। ଏହି ପ୍ରିଭ୍ୟୁ ଭିଡିଓରୁ ଫିଲ୍ମ ବିଷୟରେ କିଛି ଅନୁମାନ କରାଯାଉ ନଥିଲେ ମଧ୍ୟ ଏହା ଜଣା ପଡୁଛି ଯେ, ଫିଲ୍ମଟି ଆକ୍ସନ ମାମଲାରେ ପଠାନ ଫିଲ୍ମ ଠାରୁ ବହୁତ ଆଗରେ ଅଛି । ପଠାନ ଫିଲ୍ମ ୧୦୦୦ କୋଟି ଆଦାୟ କରିବା ପରଠାରୁ ଦର୍ଶକ ଶାରୁହଖାନଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ବର୍ତ୍ତମାନ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଫିଲ୍ମର ନିର୍ମାଣକର୍ତ୍ତା ପ୍ରିଭ୍ୟୁ ଭିଡ଼ିଓ ରିଲିଜ କରିବା ପରେ, ଦର୍ଶକଙ୍କ ଏହାକୁ ଦେଖି ଆନନ୍ଦର ସହ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଦର୍ଶକ ଏହି ଫିଲ୍ମର ପ୍ରିଭ୍ୟୁରେ ଶାହାରୁଖ ଖାନ ବ୍ୟତୀତ ଦୀପିକା ପାଦୁକୋନ, ନୟନତାରା ଏବଂ ବିଜୟ ସେତୁପତି ଆଦି ଅଭିନେତା ଜବରଦସ୍ତ ଲୁକରେ ଅଛନ୍ତି । ତେବେ ଦୀପିକା ପାଦୁକୋନ ପୂର୍ବ ଫିଲ୍ମ ମାନଙ୍କ ରେ ଭିନ୍ନ ରୂପରେ ଦେଖା ଯାଇଥିବା ବେଳେ, ଏହି ଫିଲ୍ମରେ ତାଙ୍କୁ ଆକ୍ସନ ଲୁକରେ ଦେଖିବାକୁ ମିଳିଛି । ପ୍ରିଭ୍ୟୁ ଭିଡିଓଟି ଏପରି ଦେଖାଇଛନ୍ତି ଯେ, ଦର୍ଶକ ତାଳି ମାରିବାରେ ମଜବୁର ହେଉଛନ୍ତି । ଏସବୁ ଦେଖିବା ପରେ ଦର୍ଶକଙ୍କ ମନରେ ଫିଲ୍ମ ରିଳିଜକୁ ନେଇ ଇଚ୍ଛା ଭାବ ଦ୍ୱିଗୁଣ ହୋଇ ଗଲାଣି । ଏହି ଫିଲ୍ମଟି ଆକ୍ସନରେ ଭରପୁର ଅଟେ । ଏନେଇ ଫିଲ୍ମଟିର ଟ୍ରେଲର ଆସିବା ପରେ ପୁରା ଫିଲ୍ମ ବିଷୟରେ ଜଣା ପଡିବ ବୋଲି ଦର୍ଶକ କହିଛନ୍ତି ।

କୁହାଯାଉଛି ଯେ, ବର୍ତ୍ତମାନ “ଯବାନ’ ଟ୍ରେଣ୍ଡରେ ଚାଲିଛି । ଦର୍ଶକ ଏହାର ପ୍ରିଭ୍ୟୁକୁ ଦେଖିବା ପରଠାରୁ କହିଛନ୍ତି ଫିଲ୍ମରେ କିଛି ଥାଉ ଅବା ନଥାଉ, ଏଥିରେ ଆକ୍ସନ ଭରପୁର ହୋଇରହିଛି । ଯବାନ ଫିଲ୍ମଟି ପଠାନ ଫିଲ୍ମଠାରୁ ମଧ୍ୟ ବହୁତ ପସନ୍ଦ ଆସିବା ବୋଲି ଦର୍ଶକ ମତଦେଇଛନ୍ତି।

Get real time updates directly on you device, subscribe now.