fbpx

ଯୌନ ଶୋଷଣ ମାମଲାରେ JD(S) ନେତା ଗିରଫ

Advertisement

ନୂଆଦିଲ୍ଲୀ: ଆଜି ଜେଡିଏସ ନେତା ସୁରଜ ରେଭାନ୍ନାଙ୍କୁ ଯୌନଶୋଷଣ କେଳଙ୍କାରୀ ମାମଲାରେ ପୋଲିସ ଗିରଫ କରିଛି । ଏହି ମାମଲାରେ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ପୋଲିସ ଉଠେଇ ନେଇଛି । ଗତ ଶନିବାର ଜେଡିଏସ ନେତା ସୁରଜଙ୍କ ବିରୋଧରେ ଜଣେ ତାଙ୍କ ପାର୍ଟିର କର୍ମକର୍ତ୍ତା ଯୌନ ଶୋଷଣ ମାମଲାରେ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । ଏହି ମାମଲାର ଅଭିଯୋଗ ପରେ ବାଙ୍ଗାଲୁରୁ ପୋଲିସ ସୁରଜଙ୍କ ଉପରେ ଦୃଢ ପଦକ୍ଷେପ ନେଇଛି ।

ଖବର ଅନୁସାରେ, ହାସନଠାରେ ଥିବା ଏମଏଲସି ଫାର୍ମ ହାଉସକୁ ସୁରଜଙ୍କୁ ଭେଟ କରିବା ପାଇଁ ଯାଇଥିଲେ । ସେଠାରେ ସେ ତାଙ୍କ ସହ ଯୈାନଶୋଷଣ କରିବା ଆରମ୍ଭ କରିଥିଲେ । ସୁରଜ ସେହି ପୀଡିତାକୁ ଏହି ଘଟଣା ବାବଦରେ କାହାକୁ ନଜଣେଇବା ପାଇଁ ଧମକ ଦେଇଥିଲେ । ଏ ସମ୍ବଦ୍ଧରେ ଜଣେଇଲେ ଜୀବନରୁ ମାରିଦେବାକୁ ମଧ୍ୟ କହିଥିଲେ । ଏ ବାବଦରେ ସେ କାହାକୁ ନ ଜଣେଇଲେ ଭଲ ଚାକିରି ଦେବା ପାଇଁ ଲୋଭ ଦେଖାଇଥିଲେ । ତେବେ ଏହି ଅଭିଯୁକ୍ତଙ୍କ ଆଧାରରେ କ୍ରାଇମ ବ୍ରାଞ୍ଚ ପୋଲିସ ଜେଡିଏସ ନେତାଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.