fbpx

ସେପ୍ଟେମ୍ବରକୁ ଘୁଞ୍ଚିଲା ଜେଇଇ ଓ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ,୩ ।୭: ଜେଇଇ ଓ ନିଟ୍ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇଲେ କେନ୍ଦ୍ର ସରକାର । ଉଭୟ ପରୀକ୍ଷା ସେପ୍ଟେମ୍ବରକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ପ୍ରଥମ ସପ୍ତାହ ବା ୧ରୁ ୬ ମଧ୍ୟରୁ ହେବ ଜେଇଇ ମେନ୍ ପରୀକ୍ଷା । ସେହିପରି ସେପ୍ଟେମ୍ବର ୨୭ରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା ।

ଅନ୍ୟପଟେ ସେପ୍ଟେମ୍ବର ୧୩ରେ ନିଟ୍ ପ୍ରବେଶିକା ପରୀକ୍ଷା ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ କହିଛନ୍ତି ।

Get real time updates directly on you device, subscribe now.