fbpx

ପୁଣି ବଦଳିଲା JEE (ମେନ୍) ସୂଚୀ, ଜାଣନ୍ତୁ କେବେ ହେବ ସେସନ୍‌-୧ ଓ ୨ ପରୀକ୍ଷା ?

Advertisement

ନୂଆଦିଲ୍ଲୀ: ପୁଣି ଥରେ ବଦଳିଛି ଜେଇଇ (ମେନ୍) ସେସ-୧ ଓ ୨ରୁ ସେଡ୍ୟୁଲ । ବିଭିନ୍ନ ଦିଗକୁ ବିଚାର କରି ସିଡ୍ୟୁଲ ପରିବର୍ତ୍ତନ କରିଛି ଏନଟିଏ । ସେସନ-୧ ପରୀକ୍ଷା ଜୁନ୍ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବ । ଏହା ସହ ସେସନ-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ । ସେସନ-୧ ପାଇଁ ପଞ୍ଜୀକରଣ ସରିଥିବା ବେଳେ ସେସନ-୨ ପାଇଁ ଖୁବଶୀଘ୍ର ପଞ୍ଜୀକରଣ ଖୁବଶୀଘ୍ର ଆରମ୍ଭ ହେବ ।

ତେବେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ ସେସନ୍‌-୧ ଓ ସେକ୍ସନ-୨ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯଥାକ୍ରମେ ଏପ୍ରିଲ ଓ ମେ’ ମାସରେ ହେବାକୁ ଥିବା ଉକ୍ତ ଦୁଇ ସେସନ୍‌ ପରୀକ୍ଷା ଜୁନ୍‌ ଓ ଜୁଲାଇ ମାସରେ କରିବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ ଓ ପରୀକ୍ଷା ହେବାକୁ ଥିବା ସହର ସମ୍ପର୍କରେ ପରବର୍ତ୍ତୀ ସମୟରେ ପରୀକ୍ଷାର୍ଥୀଙ୍କୁ ସୂଚନା ଦିଆଯିବ। ପରୀକ୍ଷା ବିଷୟରେ ସବିଶେଷ ତଥ୍ୟ ଜାଣିବା ଲାଗି ଛାତ୍ରଛାତ୍ରୀ ଏନ୍‌ଟିଏ ୱେବସାଇଟ୍‌ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ସେସନ୍‌-୧ ପରୀକ୍ଷା ଲାଗି ପଞ୍ଜୀକରଣ ଇତିମଧ୍ୟରେ ଶେଷ ହୋଇଛି ଏବଂ ସେସନ୍‌-୨ ପାଇଁ ଅନ୍‌ଲାଇନ୍‌ ଆବେଦନ ଫର୍ମ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

Get real time updates directly on you device, subscribe now.