JEE Main 2025: ସେସନ୍ ୨ ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କିପରି କରିବେ ଆବେଦନ
JEE Main ସେସନ୍ ୨ ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭା ଫେବୃଆରୀ ୨୪ ପୂର୍ବରୁ ଅଫିସିଆଲ ୱେବସାଇଟ୍ jeemain.nta. nic.inକୁ ଯାଇ ରେଜିଷ୍ଟ୍ରେସନ୍ କରିପାରିବୋ
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହାର JEE ମେନ୍ ସେସନ୍ ୨ ପରୀକ୍ଷା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି । ୩୧ ଜାନୁଆରୀରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ୨୪ ଫେବୃଆରୀ ପର୍ଯ୍ୟନ୍ତ ଜାରି ରହିବ।
JEE ମେନ୍ ସେସନ୍ ୨ ପରୀକ୍ଷା ଚଳିତ ବର୍ଷ ଏପ୍ରିଲରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାର୍ଥୀ ଜଣଙ୍କ NTAର ଅଫିସିଆଲ୍ ୱେବସାଇଟ୍ jeemain.nta.nic.in (JEE Mains 2025)ରେ ଅନଲାଇନ୍ ମୋଡ୍ ରେ ପଞ୍ଜିକରଣ କରିପାରିବେ। JEE ମେନ୍ ୨୦୨୫ ପରୀକ୍ଷା ସହ ଜଡ଼ିତ ସମସ୍ତ ଅପଡେଟ୍ ଏହି ୱେବସାଇଟରେ ମଧ୍ୟ ଯାଞ୍ଚ କରାଯାଇପାରିବ।
JEE ପାଇଁ ଯୋଗ୍ୟତା: JEE ମେନ୍ ପରୀକ୍ଷା ୨ଟି ଅଧିବେଶନରେ ଅନୁଷ୍ଠିତ ହୋଇଥାଏ। JEE ମେନ୍ ସେସନ୍ ୧ ପରୀକ୍ଷା ୨୦୨୫ ଜାନୁଆରୀ ୨୨ ରୁ ୩୦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଯେଉଁ ପ୍ରାର୍ଥୀମାନେ JEE ମେନ୍ ୨୦୨୫ ସେସନ୍ ୧ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ, ସେମାନେ ଆଉ ଏକ ସୁଯୋଗ ପାଇଁ ସେସନ୍ ୨ ପରୀକ୍ଷା ମଧ୍ୟ ଦେଇପାରିବେ । ଏଥିପାଇଁ ପ୍ରାର୍ଥୀ ଜଣଙ୍କ ଚଳିତ ବର୍ଷ ଦ୍ୱାଦଶ ପାସ୍ କରିଥିବା କିମ୍ବା ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଉଥିବା ବାଧ୍ୟତାମୂଳକ।
ସେସନ୍ ୨ ପଞ୍ଜୀକରଣ: ପରୀକ୍ଷାର୍ଥୀ ୨୪ ଫେବୃଆରୀ ରାତି ୯ ଟା ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ। ସେହିପରି ୨୪ ଫେବୃଆରୀ ରାତି ୧୧.୫୦ ପୂର୍ବରୁ ଆବେଦନ ଶୁଳ୍କ ଜମା କରାଯାଇପାରିବ।
IIT ଏବଂ ଅନ୍ୟାନ୍ୟ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜରେ ପ୍ରବେଶ ପାଇଁ JEE ପରୀକ୍ଷା ପାସ୍ କରିବା ଆବଶ୍ୟକ। ଔଋଋ ପରୀକ୍ଷା ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହୁଏ। JEE ମେନ୍ ପାସ୍ କରିବା ପରେ, ଆପଣ JEE ଆଡଭାନ୍ସଡ୍ ପରୀକ୍ଷା ଦେଇପାରିବେ।
ଆପଣ JEE ମେନ୍ସ ସେସନ୍ ୨ ପରୀକ୍ଷା ପାଇଁ ୩୧ ଜାନୁଆରୀ ୨୦୨୫ ରୁ ୨୪ ଫେବୃଆରୀ ୨୦୨୫ (ରାତି ୯ ଟା ପର୍ଯ୍ୟନ୍ତ) ପଞ୍ଜିକରଣ କରିପାରିବେ। ଆପଣ JEEର ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ରେ ଥିବା ସୂଚନା ବୁଲେଟିନରେ ସମ୍ପୂର୍ଣ୍ଣ ସୂଚୀ ଦେଖିପାରିବେ।
JEE ମୁଖ୍ୟ ସେସନ୍ ୨ ପରୀକ୍ଷା କେବେ ଅନୁଷ୍ଠିତ ହେବ?
JEE ମେନ୍ସ ସେସନ୍ ୨ ପରୀକ୍ଷା ୧ ଏପ୍ରିଲରୁ ୮ ଏପ୍ରିଲ ୨୦୨୫ ମଧ୍ୟରେ ଅନୁଷ୍ଠିତ ହେବ । NTA ଏହାକୁ ଏକ ଅସ୍ଥାୟୀ କାର୍ଯ୍ୟସୂଚୀ ବୋଲି କହିଛି, ଅର୍ଥାତ୍ ଏଥିରେ ପରିବର୍ତ୍ତନ ହୋଇପାରେ। JEE ମେନ୍ ସେସନ୍ ୨ ପରୀକ୍ଷା ପାଇଁ ସିଟି ଇଣ୍ଟିମେସନ୍ ସ୍ଲିପ୍ ୨୦୨୫ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ପ୍ରକାଶିତ ହେବ।
ପରୀକ୍ଷାର ୩ ଦିନ ପୂର୍ବରୁ ଆଡମିଟ୍ କାର୍ଡ ପ୍ରକାଶିତ ହେବ। JEE ମେନ୍ ସେସନ୍ ୨ ଫଳାଫଳ ୧୭ ଏପ୍ରିଲ ୨୦୨୫ ସୁଦ୍ଧା ଘୋଷଣା କରାଯିବ।
JEE ମେନ୍ ସେସନ୍ ୨ ପରୀକ୍ଷା ଫର୍ମ କିପରି ପୂରଣ କରିବେ?
– JEE ମେନ୍ ୨୦୨୫ର ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ଭିଜିଟ କରନ୍ତୁ।
– ନୂତନ ପଞ୍ଜୀକରଣ ଉପରେ କ୍ଲିକ୍ କରନ୍ତୁ। ଯଦି ଆପଣ JEE ମେନ୍ ସେସନ୍ ୧ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ, ତେବେ ଆପଣ ସମାନ ଆବେଦନ ନମ୍ବର ବ୍ୟବହାର କରିପାରିବେ।
-ବ୍ୟକ୍ତିଗତ ବିବରଣୀ, ମୋବାଇଲ୍ ନମ୍ବର ଏବଂ ଇମେଲ୍ ଠିକଣା ଭଳି ବିବରଣୀ ପ୍ରବେଶ କରି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରନ୍ତୁ।
– ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରିବା ପରେ, ଆବେଦନ ନମ୍ବର ମାଧ୍ୟମରେ ଲଗଇନ୍ କରନ୍ତୁ।
-ସେଠାରେ ପଚରାଯାଇଥିବା ସମସ୍ତ ବିବରଣୀ ଦିଅନ୍ତୁ ।
-ଫଟୋଗ୍ରାଫ୍ ଏବଂ ଦସ୍ତଖତର ସ୍କାନ କପି ଅପଲୋଡ୍ କରନ୍ତୁ।
– JEE ମେନ୍ ଆବେଦନ ଫିସ୍ ପୈଠ କରନ୍ତୁ। ଏହା ପରେ କନଫରମେସନ ପେଜ୍ ଡାଉନଲୋଡ୍ କରନ୍ତୁ।