କୋରାପୁଟ, (ଭାସ୍କର ନ୍ୟୁଜ୍): ଦଶମନ୍ତପୁର ଓ ଲକ୍ଷ୍ମୀପୁର ପରେ ବର୍ତ୍ତମାନ କୋରାପୁଟ ବ୍ଲକର ମସ୍ତିୁଟ ଗ୍ରାମରେ ବ୍ୟାପିଛି ଝାଡାବାନ୍ତି । ଗ୍ରାମର ୧୬ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ପାଇବାପରେ ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମସ୍ତିୁଟ ଗ୍ରାମରେ ପହଞ୍ଚି ବିଶୋଧନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଡାକ୍ତରୀ ଦଳ ଓ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ଗାଁରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ମସ୍ତିୁଟ ଗ୍ରାମର ଆଦିବାସୀ ସାହି, ରଣା ସାହି ଓ ଖ୍ରୀଷ୍ଟିଆନ ସାହିର ଶୁକୁରି ମାଝୀ, ଗଗନ ନାଗ, ମାନସ କୂଳଦୀପ, ସଚିତା ସାହୁ, କଳ୍ପନା ଖୋସଲା, ଲିତିକା ବେନିଆ, ସୁନଧର ଜାନି, ଧନୁର୍ଜୟ ଜାନ, ହନା କୂଳଦୀପ, କମଳ ଲୋଚନ ହନ୍ତାଳ ପ୍ରମୁଖ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତଳ ଜାନିଗୁଡା ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡ. ଶାଶ୍ୱତୀ ମହାନ୍ତି ମସ୍ତି ପୁଟ ଗ୍ରାମ ପରିଦର୍ଶନ କରି ସ୍ଥିତି ପରଖିବା ପରେ ଗ୍ରାମର ପରିବେଶ ଭଲ ନଥିବା କହିଛନ୍ତି। ଗ୍ରାମବାସୀ ବ୍ୟବହାର କରୁଥିବା ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ନିଆଯାଇଥିବା ସେ ସୂଚନା ଦେଇଛନ୍ତି । ସମସ୍ତ ଆକ୍ରାନ୍ତ ବର୍ତମାନ ସୁସ୍ଥ ଥିବା ନେଇ ସେ ସୂଚନା ଦେଇଛନ୍ତି । ଗୋଟିଏ ପରିବାର ତିନି ଜଣ ସଦସ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସେ ପ୍ରକାଶ କରିଛନ୍ତି । ଅନ୍ୟପଟେ ଆଦିବାସୀ ସାହିରେ ପାଇପ୍ ଯୋଗ ପୋଣି ଆସୁନଥିବା ଗ୍ରାମର ମଧୁ ମୁଦୁଲି ଅଭିଯୋଗ କରିଛନ୍ତି । ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ବିଡିଓ ଶ୍ରୀ ନାୟକ ପଞ୍ଚାୟତ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ ।