fbpx

୩୧ ବର୍ଷ ପରେ ଅନ୍ନ ଭୋଜନ କରିବେ ଝମେଲି ବାବା: ପ୍ରାଣ ପ୍ରତିଷ୍ଠାରେ ଭାଙ୍ଗିବ ‘ଭୀଷ୍ମ ପ୍ରତିଜ୍ଞା’

ଓଡ଼ିଶା ଭାସ୍କର: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଚାତୁରତାର ସହ ଅପେକ୍ଷା କରି ରହିଛନ୍ତି ଦେଶବାସୀ । ଏହା ମଧ୍ୟରେ ମନ୍ଦିରକୁ ନେଇ ଗୋଟିଏ ପରେ ଗୋଟିଏ  ଅନେକ ରହସ୍ୟ ଉପରୁ ପରଦା ଉଠିଛି । ରାମ ମନ୍ଦିରକୁ ନେଇ ଅନେକ ଭବିଷ୍ୟବାଣୀ ସହ ଏହାକୁ ଅପେକ୍ଷା କରି ରହିଥିବା ଭକ୍ତଙ୍କ କାହାଣୀ ବିଷୟରେ ଏବେ ଲଗାତାର ଚର୍ଚ୍ଚା ଲାଗି ରହିଛି । ତେବେ ଏହାମଧ୍ୟରେ ଜଣେ ବାବାଙ୍କ ଉପରେ ମଧ୍ୟ ଏକ ବଡ଼ କାହାଣୀ ସାମନାକୁ ଆସିଛି । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ୩୧ ବର୍ଷରୁ ଅନ୍ନ ଭୋଜନ କରି ନଥିବା ଝମେଲି ବାବା ଏବେ ନିଜର ଭୀଷ୍ମ ପ୍ରତିଜ୍ଞା ଭାଙ୍ଗିବେ ବୋଲି ଆଲୋଚନା ହେବାରେ ଲାଗିଛି ।

ଏ କାହାଣୀ ହେଉଛି ରାମ ମନ୍ଦିର ସଂଘର୍ଷରେ ସାମିଲ ହୋଇଥିବା ବିରେନ୍ଦ୍ର କୁମାର ବେଠା । ୧୯୯୨ ମସିହାରେ କାରସେବକମାନଙ୍କ ସହ ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ଭାଙ୍ଗିବା ପରେ ଅନ୍ନ ଭୋଜନକୁ ତ୍ୟାଗ କରିଥିଲେ ଝମେଲି ବାବା । ସାରା ଜୀବନ କେବଳ ଫଳମୂଳରେ ଜୀବନ ଅତିବାହିତ କରିବା ପାଇଁ ପଣ କରିଥିଲେ ଏହି ବାବା । ଦରଙ୍ଗା ଅଞ୍ଚଳର ବିରେନ୍ଦ୍ର ଦୀର୍ଘ ବର୍ଷରୁ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଚାତକ ଭଳି ଚାହିଁ ବସିଥିଲେ । ମନ୍ଦିରର ନିର୍ମାଣକୁ ଅପେକ୍ଷା କରି ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟରୁ ସେ ଅନ୍ନ ଭୋଜନ ତ୍ୟାଗ କରିଛନ୍ତି । କେବଳ ଫଳମୂଳ ଖାଇ ଜୀବନ ଅତିବାହିତ କରୁଥିବା ବିରେନ୍ଦ୍ରଙ୍କୁ ଲୋକେ ଫଳହାରୀ ବାବା ଏବଂ ଝମେଲି ବାବାଙ୍କ ନାମରେ ମଧ୍ୟ ଜାଣିତାନ୍ତି ।

ବାବା କୁହନ୍ତି ଯେ, ୧୯୯୨ ଡିସେମ୍ବର ୬ ତାରିଖରେ ବିଶ୍ୱ ହିନ୍ଦୁ ପରିଷଦର ଆହ୍ୱାନରେ ସେ ନିଜର କିଛି ସାଥିଙ୍କ ସହ କାରସେବା ପାଇଁ ଅଯୋଧ୍ୟାରେ ପହଞ୍ଚିଥିଲେ । ଏହାସହ ବିବାଦୀୟ ଢାଞ୍ଚା ଶେଷ କରିବା ଉଦ୍ଦେଶ୍ୟରେ ପାଦ କାଢିଥିବା ସେ ପ୍ରଥମ ବ୍ୟକ୍ତି ବୋଲି ମଧ୍ୟ ଦାବି କରିଛନ୍ତି ଝମେଲି ବାବା । ତେବେ ତାଙ୍କ ସହ ଶିବସେନାର କିଛି ସାଥି ମଧ୍ୟ ଗୁମ୍ବଜରେ ପହଞ୍ଚି ଏହାକୁ ଏକ ଲୁହା ପାଇପରେ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଗୁମ୍ବଜ ଭାଙ୍ଗିବା ପରେ ସାଧୁ ଋତମ୍ଭରାଙ୍କ କହିବା ଅନୁସାରେ ସେମାନେ ତଳକୁ ଓହ୍ଲାଇ ଆସିଥିଲେ ।

ଏହି ଘଟଣା ପରେ ବାବା ରାମ ମନ୍ଦିର ନିର୍ମାଣ ନ ହେବା ପର୍ଯ୍ୟନ୍ତ ଅନ୍ନଗ୍ରହଣ ନ କରିବା ପାଇଁ ପ୍ରତିଜ୍ଞା କରିଥିଲେ । ସେବେଠାରୁ ସେ ଅନ୍ନ କିମ୍ବା ଲୁଣ ଖାଦ୍ୟରେ ଗ୍ରହଣ କରି ନଥିବା ଝମେଲି ବାବା ଦାବି କରିଛନ୍ତି । ତେବେ ଜାନୁୟାରୀ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଗଙ୍ଗାସ୍ନାନ କରିବା ପରେ ଝମେଲି ବାବା ଖାଦ୍ୟରେ ଅନ୍ନ ଭୋଜନ ଏବଂ ଲୁଣ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ବିରେନ୍ଦ୍ର କୁମାର ବେଠା ବା ଝମେଲି ବାବା ।

Get real time updates directly on you device, subscribe now.