fbpx

ଆଜି ଦିଲ୍ଲୀ ଗସ୍ତରେ ଯିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌, ବିଜେପି ନେତୃବୃନ୍ଦଙ୍କ ସହ ବୈଠକରେ ହେବେ ସାମିଲ

ରାଞ୍ଚି: ପାଖେଇ ଆସୁଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଆଜି ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ସେଠାରେ ବିଜେପି ଶୀର୍ଷ ନେତାଙ୍କୁ ଭେଟି ପାରନ୍ତି । ନିର୍ବାଚନ ପୂର୍ବରୁ ଚମ୍ପାଇ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି ।

ରିପୋର୍ଟରୁ ପ୍ରକାଶ ଆଜି ଚମ୍ପାଇ ସୋରେନ୍ ଇଣ୍ଡିଗୋ ବିମାନ ଦ୍ୱାରା ଦିଲ୍ଲୀ ପ୍ରାଇଁ ପ୍ରସ୍ଥାନ କରିବେ । ସେଠାରେ ସକାଳ ୧୦ଟା ୩୦ରେ ପହଞ୍ଚିପାରନ୍ତି । ସେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିବାର ସମ୍ଭାବନା ରହିଛି । କହିରଖୁଛୁ ୩ ଜୁଲାଇ, ୨୦୨୪ରେ ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅପରପକ୍ଷରେ ଚମ୍ପାଇ ନୂତନ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି । ଏହା ପରେ JMM କାର୍ଯ୍ୟକର୍ତ୍ତାମାନେ କ୍ରୋଧିତ ହୋଇ କହିଛନ୍ତି, ‘ଚମ୍ପାଇ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ନିନ୍ଦନୀୟ । ଚମ୍ପାଇଙ୍କୁ ଏପରି କାର୍ଯ୍ୟ କରିବା ଉଚିତ ନୁହଁ । ହେମନ୍ତ ସୋରେନ୍ ତାଙ୍କ ପରିବାର ସଦସ୍ୟଙ୍କୁ ଛାଡ଼ି ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ହେମନ୍ତ ସର୍ବଦା ଚମ୍ପାଇଙ୍କ ସମ୍ମାନ କରନ୍ତି । ସେ ସୋରେନଙ୍କୁ ବହୁତ ବିଶ୍ୱାସ କରୁଥିଲେ । ସୋରେନ୍ ଏହି ବିଶ୍ୱାସ ଭାଙ୍ଗିଛନ୍ତି । ଏହା ଦଳ ପାଇଁ ବଡ଼ ଝଟକା । ସେ ଯେଉଁ ଥାଳିରେ ଖାଇଲେ… ସେଥିରେ କଣା କରିଲେ ।’

କହିରଖୁଛୁ ୩୧ ଜାନୁଆରୀ, ୨୦୨୪ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ସୋରେନ୍ । ଏହା ପରେ ବରିଷ୍ଠ ନେତା ଚମ୍ପାଇ ସୋରେନଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ପ୍ରସ୍ତାବିତ କରିଥିଲେ । ଇଡି ହେମନ୍ତଙ୍କୁ ଗିରଫ କରିବାର ୫ ମାସ ପରେ ଅର୍ଥାତ ୨୮ ଜୁନ୍ ୨୦୨୪ରେ ମୁକ୍ତ ହୋଇଥିଲେ । ୩ ଜୁଲାଇ, ୨୦୨୪ରେ ଚମ୍ପାଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । JMMର ଏଭଳି ନିଷ୍ପତ୍ତିକୁ ନେଇ ଚମ୍ପାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

 

Get real time updates directly on you device, subscribe now.