ମୁକେଶ ଅମ୍ବାନୀ ଜିଓ ୟୁଜର୍ସଙ୍କୁ ଦେଲେ ଝଟକା, ‘ବନ୍ଦ’ ହେଲା ଏହି ଶସ୍ତା ପ୍ଲାନ

ଜିଓର ବନ୍ଦ ହୋଇଗଲା ଏହି ଶସ୍ତା ପ୍ଲାନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ୨୪୯ ଟଙ୍କାର ପ୍ଲାନକୁ ବନ୍ଦ କରି ପ୍ରିପେଡ୍ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଦେଇଛି। ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀର ଏହି ନିଷ୍ପତ୍ତି ସେମାନଙ୍କ ଉପରେ ପ୍ରଭାବ ପକାଇବ ଯେଉଁମାନଙ୍କର ଡାଟା ବ୍ୟବହାର କମ୍ ଏବଂ ଯେଉଁମାନେ ଦୈନିକ ୧ ଜିବି ଡାଟା ପାଇଁ ୨୪୯ ଟଙ୍କାର ଏହି ସୁଲଭ ପ୍ଲାନ ଉପରେ ନିର୍ଭର କରୁଥିଲେ।

ଜିଓର ଅଫିସିଆଲ୍ ସାଇଟ୍ ଏବଂ ମାଇ ଜିଓ ଆପରୁ ଜିଓ ୨୪୯ ପ୍ଲାନକୁ ହଟାଇ ଦିଆଯାଇଛି। କିଛି ସମୟ ଧରି, କମ୍ପାନୀ ଧୀରେ ଧୀରେ ଗ୍ରାହକଙ୍କ ମଧ୍ୟରେ ଥିବା କିଛି ଲୋକପ୍ରିୟ ପ୍ଲାନକୁ ହଟାଇବା ସହିତ କିଛି ପ୍ଲାନର ଲାଭରେ ବଡ଼ ପରିବର୍ତ୍ତନ ଆଣିବାରେ ଲାଗିଛି, ଯାହା ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା ଦେଉଛି।

ଟେଲିକମ୍ ଟକ୍ ର ଏକ ରିପୋର୍ଟ ଅନୁଯାୟୀ, ଯଦିଓ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ My Jio ଆପରୁ 249 ଟଙ୍କାର ପ୍ଲାନ୍ ହଟାଇ ଦିଆଯାଇଛି, ସୂତ୍ର ଅନୁସାରେ ଏହି ପ୍ଲାନ୍ ଏବେ ବି କମ୍ପାନୀର ଷ୍ଟୋର ଏବଂ POS ରିଟେଲରମାନଙ୍କ ମାଧ୍ୟମରେ ରିଚାର୍ଜ କରାଯାଇପାରିବ।

ଜିଓର ୨୪୯ ଟଙ୍କାର ପ୍ରିପେଡ୍ ପ୍ଲାନ୍ ୨୮ ଦିନର ଭାଲିଡିଟି ସହିତ ଆସିଥିଲା ଏବଂ କମ୍ପାନୀ ପ୍ରତିଦିନ ୧ ଜିବି ହାଇ-ସ୍ପିଡ୍ ଡାଟା, ଅନଲିମିଟେଡ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସ୍ଏମ୍ଏସ୍ ପ୍ରଦାନ କରୁଥିଲା।

ରିଲାଏନ୍ସ ଜିଓର ବର୍ତ୍ତମାନ 28 ଦିନର ଭାଲିଡିଟି ଏବଂ 1 GB ଦୈନିକ ଡାଟା ସହିତ କୌଣସି ପ୍ଲାନ୍ ନାହିଁ। ତେଣୁ ଏବେ ଆପଣ 28 ଦିନର ଭାଲିଡିଟି ସହିତ 189 ଟଙ୍କାର ପ୍ଲାନ୍ କିଣିପାରିବେ, କିନ୍ତୁ ଧ୍ୟାନ ଦିଅନ୍ତୁ ଯେ, ଏହି ପ୍ଲାନ୍ ମୋଟ 2 GB ଡାଟା ପ୍ରଦାନ କରେ।

ଯଦି ଆପଣ ଅଧିକ ଡାଟା ଏବଂ ଭାଲିଡିଟି ଚାହୁଁଛନ୍ତି, ତେବେ ଆପଣ ଏବେ 249 ଟଙ୍କା ପରିବର୍ତ୍ତେ 299 ଟଙ୍କାର ପ୍ଲାନ୍ କିଣିପାରିବେ, ଏହି ପ୍ଲାନ୍ ପ୍ରତିଦିନ 1.5 GB ହାଇ ସ୍ପିଡ୍ ଡାଟା, ଅନଲିମିଟେଡ କଲିଂ ଏବଂ ପ୍ରତିଦିନ 100 SMS ପ୍ରଦାନ କରେ।