ନୂଆଦିଲ୍ଲୀ:ଯେବେଠାରୁ ଇଣ୍ଟରନେଟ ଏବଂ ସ୍ମାର୍ଟଫୋନର ବ୍ୟବହାର ବଢିଛି, ସେବେଠାରୁ, ସାଇବର ଫ୍ରଡ, ସ୍ପାମ କଲ୍ସ ଏବଂ ସ୍ପାମ ମେସେଜ ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସାରା ଦେଶରେ କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ସ୍ପାମ ମେସେଜଠାରୁ ସବୁଦିନ ପାଇଁ ଆଶ୍ୱସ୍ତି ମିଳିବାକୁ ଯାଉଛି। TRAI ସାରା ଦେଶରେ କମର୍ଶିଆଲ ମେସେଜକୁ ଟ୍ରାକ କରିବା ପାଇଁ Message Traceability ନିୟମକୁ ଲାଗୁ କରିବାକୁ ଯାଉଛି। ଏଥିପାଇଁ TRAI ପକ୍ଷରୁ Jio, Airtel, BSNL ଏବଂ Viକୁ ଦିଆଯାଇଥିବା ଡେଡେଲାଇନ ମଧ୍ୟ ଶେଷ ହୋଇସାରିଛି।
Message Traceability କୁ ଲାଗୁ କରିବା ଲାଗି ଟ୍ରାଇ ସମସ୍ତ ଟେଲିକମ ଅପରେଟର୍ସକୁ ୩୦ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ସମୟ ଦେଇଥିଲା। ଏହି ନିୟମକୁ ୧ ଡିସେମ୍ବରରୁ ଲାଗୁ କରିବାର ଥିଲା। ଟ୍ରାଇ ୧୧ ନଭେମ୍ବର ଅର୍ଥାତ କଲ୍ରୁ ଏହି ନିୟମକୁ ଲାଗୁ କରିବାକୁ ଯାଉଛି। ଅର୍ଥାତ ୧୧ ଡିସେମ୍ବରରୁ ଆପଣଙ୍କୁ ସେହି ମେସେଜ ଯିବ ନାହିଁ ଯାହା ଟେଲିମାର୍କେଟିଙ୍ଗର ଅଂଶ ହେବ ନାହିଁ। ନୂଆ ନିୟମକୁ ନେଇ ଟ୍ରାଇ ପକ୍ଷରୁ ଅଫିସିଆଲ ପ୍ରେସ ରିଲିଜ ମଧ୍ୟ ଜରି କରାଯାଇଛି।