fbpx

ଜିଓ ପୁଣି ଦେଲା ଖୁସି ଖବର; ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭ୍ୟାଲିଡିଟି ସହ ଅନଲିମିଟେଡ୍ ଭଏସ୍ କଲିଂ ଓ ଆହୁରି ଅନେକ ସୁବିଧା

Advertisement

ମୁମ୍ବାଇ:ଜିଓ ପୁଣି ଏହାର ଗ୍ରାହକଙ୍କୁ ଖୁସି କରିବା ଲାଗି ଏକ ଶସ୍ତା ପ୍ଲାନ ଆରମ୍ଭ କରିଛି । ଏହି ଯୋଜନାରେ ମାତ୍ର ୧୨୩ ଟଙ୍କାରେ ଡେଲି ଡାଟା ସହିତ ଅନଲିମିଟେଡ୍ କଲିଂ ଏବଂ ଆହୁରି ବହୁତ ସୁବିଧା ରହିଛି ।
ଜିଓର ପୋର୍ଟଫୋଲିଓରେ ଆପଣଙ୍କୁ ବହୁ ରିଚାର୍ଜ ପ୍ଲାନର ବିକଳ୍ପ ମିଳିଥାଏ । କମ୍ପାନୀ ଏହାର ଗ୍ରାହକଙ୍କୁ ଶସ୍ତା ମହଙ୍ଗା ବହୁ ରିଚାର୍ଜ ଅଫର ପ୍ରଦାନ କରିଥାଏ । ଏବେ ଜିଓ ଆହୁରି ଦୁଇଟି ଲୋଭନୀୟ ପ୍ଲାନ ଘୋଷଣା କରିଛି । ଏଥିମଧ୍ୟରେ ଏକ ପ୍ଲାନ ୧୨୩ ଟଙ୍କାର ରହିଛି । ଏଥିରେ ୟୁଜର୍ସଙ୍କୁ ଡେଲି ଡାଟା, ଅନଲିମିଟେଡ୍ କଲିଂ, ଏସଏମଏସ୍ ଓ ଅନ୍ୟାନ୍ୟ ସୁବିଧା ମିଳିବ ।

୧୨୩ ଟଙ୍କାର ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୨୮ ଦିନର ଭ୍ୟାଲିଡିଟି ମିଳିବ । ଏହି ପ୍ଲାନ ଅନଲିମିଟେଡ୍ ଭଏସ୍ କଲିଂ ଓ ନିୟମିତ ୦.୫ ଜିବି ଡାଟା ସହିତ ଆସିଥାଏ । ଅର୍ଥାତ୍ ପୁରା ଭ୍ୟାଲିଡିଟିରେ ୟୁଜର୍ସଙ୍କୁ ୧୪ ଜିବି ଡାଟା ମିଳିବ । ଏହା ସହିତ ୟୁଜର୍ସ ୩୦୦ ଏସଏମଏସ୍ ର ସୁବିଧା ମଧ୍ୟ ପାଇବେ ।

ଏହି ରିଚାର୍ଜ ପ୍ଲାନରେ କମ୍ପାନୀ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରୁଛି । ୟୁଜର୍ସଙ୍କୁ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍ ର ଆକ୍ସେସ୍ ମଧ୍ୟ ମିଳିବ । ଡାଟା ଲିମିଟ୍ ଶେଷ ହେବା ପରେ ୟୁଜର୍ସଙ୍କୁ ୬୪ କେବିପିଏସ୍ ସ୍ପିଡ୍ରେ ଡାଟା ମିଳିବ । ତେବେ କମ୍ପାନୀର ଏହି ସୁବିଧା ଜିଓ ଭାରତ ଫୋନ୍ ୟୁଜର୍ସଙ୍କୁ ମିଳିବ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, କମ୍ପାନୀ ଜିଓ ଭାରତ ଫୋନ୍ ଲଞ୍ଚ କରିଛି ଯାହା ମାତ୍ର ୯୯୯ଟଙ୍କାରେ ଉପଲବ୍ଧ । ଏହି ଫୋନ୍ ରେ ୟୁଜର୍ସଙ୍କୁ ସ୍ମାର୍ଟଫୋନ୍ ପରି ବହୁ ଫିଚରସ୍ ମିଳିଥାଏ ।

Get real time updates directly on you device, subscribe now.