ନୂଆଦିଲ୍ଲୀ: ରିଲାନ୍ସ ଜିଓ ଗତ ମାସରେ ଜିଓ ଏୟାର ଫାଇବରକୁ ଲଞ୍ଚ କରିଥିଲା ହେଲେ ବର୍ତ୍ତମାନ କମ୍ପାନୀ ପକ୍ଷରୁ ଇଣ୍ଟରନେଟ କ୍ଷେତ୍ରରେ ଏକ ବଡ଼ ଘୋଷଣା କରାଯାଇଛି । ଜିଓ ମୋବାଇଲ ଇଣ୍ଡିଆ କଂଗ୍ରେସ ୨୦୨୩ ଇଭେଣ୍ଟରେ ଜିଓ ସ୍ପେସ ଫାଇବର ସର୍ଭିସକୁ ଲଞ୍ଚ କରିଛି । ଜିଓ ସ୍ପେସ ଫାଇବର ମାଧ୍ୟମରେ କମ୍ପାନୀ ଦୂରଦୁରାନ୍ତ ଅଞ୍ଚଳରେ ଇଣ୍ଟରନେଟ ସର୍ଭିସ ପହଁଚିବ । ଜିଓ ସ୍ପେସ ଫାଇବର ସେହି ଅଞ୍ଚଳରେ ସହଜରେ ଇଣ୍ଟରନେଟ କନେକ୍ଟିବିଟୀ ପହଁଚିବ ଯେଉଁଠାରେ ଫାଇବର କେବୁଲ ଜରିଆରେ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇବା କଷ୍ଟକର ।
ଜିଓର ସ୍ପେସ ଫାଇବର ସର୍ଭିସ ଖାସ ହେବାକୁ ଯାଉଛି । ଏହି ମାଧ୍ୟମରେ ୟୁଜର୍ସକୁ ହାଇ ସ୍ପିଡ ଇଣ୍ଟରନେଟର ସୁବିଧା ମିଳିବ । ଜିଓ ସ୍ପେସ ଫାଇବର ସାଟେଲାଇଟ ବେଷ୍ଟ ଗୀଗା ଫାଇବର ଟେକ୍ନୋଲୋଜୀ ଅଟେ । କମ୍ପାନୀ ଏହି ନୂଆ ଇଣ୍ଟରନେଟ ସର୍ଭିସ ପୂରା ଦେଶରେ ବହୁତ ଶସ୍ତା ଦାମରେ ଉପଲବ୍ଧ ହେବ । ଜିଓ ଅନୁଯାୟୀ ଦେଶର ଚାରୋଟି ଦୂର ସ୍ଥାନ ଗୁଜୁରାଟର ଗିର୍ ନ୍ୟାସନାଲ ପାର୍କ, ଛତିଶଗଡର କୋରବା, ଓଡ଼ିଶାର ନବରଙ୍ଗପୁର ଏବଂ ଆସାମର ONGC- ଜୋରହାଟ ଜିଓ ସ୍ପେସ୍ ଫାଇବର ସେବା ସହିତ ସଂଯୁକ୍ତ। ଜିଓ ସ୍ପେସ୍ ଫାଇବର ମାଧ୍ୟମରେ ଗ୍ରାହକମାନେ ଜଙ୍ଗଲ ଏବଂ ପର୍ବତ ପରି ଦୁରାନ୍ତ ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ୍ ସଂଯୋଗ ପାଇପାରିବେ।
ଜିଓ ସ୍ପେସ୍ ଫାଇବର ହେଉଛି ଜିଓର ତୃତୀୟ ଇଣ୍ଟରନେଟ୍ ସେବା। ଏହାପୂର୍ବରୁ କମ୍ପାନୀ ଗ୍ରାହକଙ୍କୁ ଜିଓ ଫାଇବର ଏବଂ ଜିଓ ଏୟାର ଫାଇବର ସେବା ଯୋଗାଉଛି। ଇଣ୍ଟରନେଟ୍ ସୁବିଧା ଯୋଗାଇବା ପାଇଁ ଜିଓ ଏହାର ନୂତନ ଟେକ୍ନୋଲୋଜିରେ SES କମ୍ପାନୀର ଉପଗ୍ରହ ବ୍ୟବହାର କରିବ। ଜିଓ ସ୍ପେସ୍ ଫାଇବର ଉପସ୍ଥାପନା କରିବାବେଳେ କମ୍ପାନୀର ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି ଯେ, ଏହା ମାଧ୍ୟମରେ ଆମେ ସେହି ଲୋକମାନଙ୍କୁ ଆଜି ମଧ୍ୟ ଇଣ୍ଟରନେଟ୍ ସହିତ ସଂଯୋଗ କରିବୁ। ବର୍ତ୍ତମାନ ସାଧାରଣ ଜନତାଙ୍କ ପାଇଁ ଏହା ଉପଲବ୍ଧ ହେବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ଗ୍ରହଣ କରାଯାଇ ନାହିଁ।