Jio ଦୂର କଲା କୋଟି କୋଟି ଲୋକଙ୍କ ଚିନ୍ତା, ଏଣିକି ୨୦୦ ପର୍ଯ୍ୟନ୍ତ କରିବାକୁ ପଡିବନି ରିଚାର୍ଜ
ରିଲାଏନ୍ସ ଜିଓ ନିଜର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଅନେକ ପ୍ରକାରର ଶସ୍ତା ଏବଂ ମହଙ୍ଗା ଯୋଜନା ପ୍ରଦାନ କରେ।
ନୂଆଦିଲ୍ଲୀ: ସାରା ଦେଶରେ ପ୍ରାୟ 49 କୋଟି ଲୋକେ ରିଲାଏନ୍ସ ଜିଓ ସିମ୍ ବ୍ୟବହାର କରୁଛନ୍ତି। ଜିଓ ନିଜର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ଅନେକ ପ୍ରକାରର ଶସ୍ତା ପ୍ଲାନ ପ୍ରଦାନ କରେ।
ବର୍ତ୍ତମାନ ମୋବାଇଲ୍ ବ୍ୟବହାରକାରୀଙ୍କ ମଧ୍ୟରେ ଅଧିକ ଦିନିଆ ଭ୍ୟାଲିଡିଟି ପ୍ଲାନ ଗୁଡିକର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି।
ଜିଓ ନିଜର ତାଲିକାରେ ଏହିପରି ଅନେକ ଯୋଜନା ଅନ୍ତର୍ଭୂକ୍ତ କରିଛି, ଯେଉଁଥିରେ ଗ୍ରାହକମାନେ ଅଧିକ ଦିନିର ଭ୍ୟାଲିଡିଟି ପାଇବେ। ଜିଓ ତାଲିକାରେ ଏକ ପ୍ଲାନ ଅଛି ଯାହା ଗ୍ରାହକଙ୍କୁ 200 ଦିନ ରିଚାର୍ଜର ଟେନସନରୁ ମୁକ୍ତ କରିଥାଏ।
ଗତ କିଛି ମାସ ମଧ୍ୟରେ ରିଲାଏନ୍ସ ଜିଓ ନିଜର ରିଚାର୍ଜ ପୋର୍ଟଫୋଲିଓରେ ଅନେକ ବଡ଼ ପରିବର୍ତ୍ତନ କରିଛି। ଜିଓର ତାଲିକାରେ, ଆପଣ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ validityର ପ୍ଲାନ ପାଇବେ।
ଏହି ରିଲାଏନ୍ସ ଜିଓ, ରିଚାର୍ଜ ପ୍ଲାନ 2025 ଟଙ୍କା। ଏହି ପ୍ରିପେଡ୍ ପ୍ଲାନ କମ୍ପାନୀ ଦ୍ଵାରା ଡିସେମ୍ବର 2024 ରେ ନୂତନ ବର୍ଷ ଅବସରରେ ଆରମ୍ଭ କରାଯାଇଥିଲା। ଏହି ରିଚାର୍ଜ ପ୍ଲାନ ଆପଣଙ୍କୁ 200 ଦିନର ଏକ ଦୀର୍ଘ ଭ୍ୟାଲିଡିଟି ପ୍ରଦାନ କରିଥାଏ।
ଏହାର ଅର୍ଥ ଆପଣ ଗୋଟିଏ ଥର ରିଚର୍ଜ କଲେ ପ୍ରାୟ 7 ମାସ ପର୍ଯ୍ୟନ୍ତ ରିଚାର୍ଜର ଟେନସନରୁ ମୁକ୍ତ ରହିବେ। ଏହି ପ୍ଲାନରେ, ଆପଣଙ୍କୁ ସମସ୍ତ ସ୍ଥାନୀୟ ଏବଂ STD ନେଟୱାର୍କ ପାଇଁ ଅନଲିମିଟେଡ କଲିଂ ପ୍ରଦାନ କରାଯାଉଛି। ଏହା ସହ ପ୍ରତିଦିନ 100 ମାଗଣା SMS ମଧ୍ୟ ଉପଲବ୍ଧ।