fbpx

ନୂଆବର୍ଷ ପାଇଁ ଜିଓର ଉପହାର, ଲୋକଙ୍କୁ ମିଳିବ ଏହି ସୁବିଧା

Advertisement

ନୂଆଦିଲ୍ଲୀ,୩୧ ।୧୨: ନୂଆବର୍ଷ ପାଇଁ ଜିଓ ଆଣିଛି ଧମାକେଦାର ଉପହାର । ଆସନ୍ତା ଜାନୁଆରୀ ୧ରୁ ଜିଓର ଘରୋଇ ଭଏସ କଲ୍ ମାଗଣା ହୋଇଯିବ । ଜିଓରୁ ଅନ୍ୟ ସମସ୍ତ ନେଟୱାର୍କକୁ ଭଏସ କଲ ପୁରା ମାଗଣା ହେବ । ଆଉ ଇଣ୍ଟରକନେକ୍ଟ ୟୁସେଜ ଚାର୍ଜ ବା ଆଇୟୁସି ଚାର୍ଜ ଦେବାକୁ ପଡିବ ନାହିଁ । ଆଇୟୁସି ବନ୍ଦ ହେବାରୁ ସମସ୍ତ ଘରୋଇ ଭଏସ କଲ ମାଗଣା ହେବ । ତେବେ ସେପ୍ଟେମ୍ବରରୁ କମ୍ପାନୀ ଜିଓରୁ ଅନ୍ୟ ଏକ ନମ୍ବରକୁ କଲ କରିବା ପାଇଁ ଟଙ୍କା ନେବା ଆରମ୍ଭ କରିଥିଲା ।

Get real time updates directly on you device, subscribe now.