fbpx

ଏଲନ୍ ମସ୍କଙ୍କ କମ୍ପାନୀ SpaceX କୁ ଟକ୍କର ଦେବ Jio: ଭାରତରେ ମିଳିବ ସାଟେଲାଇଟ୍ ଇଣ୍ଟରନେଟ୍

ନୂଆଦିଲ୍ଳୀ: ରିଲାଏନ୍ସ ଜିଓ ଖୁବଶୀଘ୍ର ଲୋକଙ୍କୁ ସାଟେଲାଇଟ୍ ବେସ୍ଡ ହାଇ-ସ୍ପିଡ ଇଣ୍ଟରନେଟ୍ ସେବା ଯୋଗାଇପାରେ । ଏକ ରିପୋର୍ଟରେ କୁହାଯାଇଛି ଯେ ଏଥିପାଇଁ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ (DoT) କମ୍ପାନୀକୁ ଲେଟର ଅଫ୍ ଇଣ୍ଟେଣ୍ଟ (LoI) ଜାରି କରିଛି । ଏହି ଏଲଓଆଇ ରିଲାଏନ୍ସ ଜିଓ ଇନଫୋକମ୍ ର ସାଟେଲାଇଟ ୟୁନିଟ୍ କୁ ଜାରି କରାଯାଇଛି । ଏହାର ଅନୁମତି ମିଳିବା ଦ୍ୱାରା ଜିଓ ଗ୍ଲୋବାଲ ମୋବାଇଲ ପର୍ସନାଲ କମ୍ୟୁନିକେସନ ସାଟେଲାଇଟ (GMPCS) ସର୍ଭିସ ଲଞ୍ଚ କରିପାରେ । ଏହି ସେବାକୁ କେବଳ ସେହିଠାରେ ଲଞ୍ଚ କରାଯାଇପାରିବ ଯେଉଁଠାରେ କମ୍ପାନୀକୁ ଲାଇସେନ୍ସ ମିଳିଥିବ ।

ମୋବାଇଲ ସାଟେଲାଇଟ ନେଟୱର୍କକୁ ଲୋ-ଆର୍ଥ(LEO), ମିଡିୟମ ଆର୍ଥ ଅର୍ବିଟ୍(MEO) ବ୍ୟତୀତ Geosynchronous(GEC) ସାଟେଲାଇଟ୍ ସହ ସିଙ୍କ୍ ହୋଇ କାମ କରିବ । ପିଟିଆଇର ଏକ ରିପୋର୍ଟ ଅନୂଯାୟୀ ଏହି ୟୁନିଟ୍ କୁ ଜିଓ ସାଟେଲାଇଟ କମ୍ୟୁନିକେସନ ଲିମିଟେଡ(JSCL) ନାମରେ ଜଣାଯାଇପାରେ ।

ଜିଏମପିଏସସି ସର୍ଭିସରେ ମିଳିବ ଭଏସ ଏବଂ ଡାଟା ସର୍ଭିସ:

ଏହା ଯୋଗୁଁ ଯେଉଁ ଅଞ୍ଚଳରେ ଏହାର ଲାଇସେନ୍ସ ଦିଆଯିବ ସେଠାରେ କମ୍ପାନୀ ୨୦ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇବ । ଜିଏମପିସିଏସ ସେବାଦ୍ୱାରା ଭଏସ ଏବଂ ଡାଟା ସର୍ଭିସ ସାଟେଲାଇଟ ମାଧ୍ୟମରେ ଦିଆଯିବ । ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ କମ୍ପାନୀ ଲକ୍ସମବର୍ଗ-ବେସ୍ଡ ଏସଇଏସ ସହ ପାର୍ଟନରସିପ୍ ସାହାଯ୍ୟରେ ସାଟେଲାଇଟ-ବେସ୍ଡ ବ୍ରଡବ୍ୟାଣ୍ଡ ସର୍ଭିସ୍ ପୂରା ଦେଶରେ ଘୋଷଣା କରିଥିଲେ ।

ଏହି ନୂଆ ସର୍ଭିସ୍ ଦ୍ୱାରା ଜିଓ ଏଲନ ମସ୍କଙ୍କ କମ୍ପାନୀ SpaceX ଏବଂ ସୁନୀଲ ମିତ୍ତଲଙ୍କ କମ୍ପାନୀ OneWeb କୁ ପଛରେ ପକାଇପାରେ । ଏହି ସର୍ଭିସକୁ ଭାରତରେ କେଉଁ କେଉଁଠାରେ ଲଞ୍ଚ କରାଯିବ ସେନେଇ ଅଫିସିଆଲ ଘୋଷଣା କରିଯିବାକୁ ନେଇ ଅପେକ୍ଷା ରହିଛି ।

Get real time updates directly on you device, subscribe now.