fbpx

ଗ୍ରହମାନଙ୍କୁ ତାରା ଚୋରି କରି ନେଇଥାଏ! ଏହା କ’ଣ ସତ, ଏହା କିପରି ସମ୍ଭବ

ଗ୍ରହମାନଙ୍କୁ ତାରା ଚୋରି କରି ନେଇଥାଏ, ଏକଥା ଆପଣ କେବେ ଶୁଣିଛନ୍ତି । ଏହି କଥାଟି ଆପଣମାନଙ୍କୁ ନିଶ୍ଚିତ ଭାବେ ବଡ଼ ଅଜବ ଲାଗୁଥିବ । ଯଦି ଏକଥା ସତ, ତେବେ ଏହା କେମିତି ସମ୍ଭବ ବୋଲି ଅନେକ ଭାବୁଥିବେ । ଏହା ପଛରେ ଏକ ବଡ଼ କାହାଣୀ ରହିଛି । ଯଦି କୌଣସି ତାରା ନିକଟରେ କୌଣସି ଗ୍ରହ ରହିଥାଏ, ତେବେ ସମୟକ୍ରମେ ଗ୍ରହ ଉକ୍ତ ତାରା ସହିତ ମିଶିଯାଇଥାଏ ବୋଲି କୁହାଯାଏ ।

ତେବେ ଏହା କେମିତି ସମ୍ଭବ । ଏହାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଥାଏ । ଏହା ପଛରେ କିଛି ବୈଜ୍ଞାନିକ ତଥ୍ୟ ରହିଛି । ସାଧାରଣ ଭାବେ କହିବାକୁ ଗଲେ ଆକାଶରେ ତାରାଙ୍କ ନର୍ସରୀ ରହିଛି, ଯେଉଁଠାରେ କି ଅନେକ ତାରା ରହିଥାନ୍ତି । ଯେଉଁଠାରେ ହଜାର ହଜାର ସଂଖ୍ୟାରେ ତାରା ରହିଥାନ୍ତି, ସେମାନେ ପରସ୍ପର ମଧ୍ୟରେ କଳହ ଲାଗିଥାନ୍ତି । ଏଥିସହିତ ସେମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ । ସୌର ମଣ୍ଡଳରେ ତାରାଙ୍କ ସଂଖ୍ୟାରେ ପରିବର୍ତ୍ତନ ଘଟିଥାଏ । ତାରାମାନେ କେଉଁ ପ୍ରକାରର ଗ୍ରହକୁ ଚୋରାଇଥାନ୍ତି ସେନେଇ ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟିର ଏକ ପେପରରେ ଖୁଲାସା କରାଯାଇଛି ।

ଯେତେବେଳେ ତାରାଙ୍କ ସୃଷ୍ଟି ହୁଏ ସେତେବେଳେ ଗ୍ରହମାନଙ୍କର ମଧ୍ୟ ସୃଷ୍ଟି ହୋଇଥାଏ । ଗ୍ରହମାନେ ବହୁତ ଶୀଘ୍ର ସୃଷ୍ଟି ହୋଇପାରନ୍ତି, ସେମାନେ ଅଧିକ ସଂଖ୍ୟକ ତାରା ଥିବା ପରିବେଶ ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଗ୍ରହମାନେ ନିଜର କକ୍ଷକୁ ବଦଳାଇ ପାରନ୍ତି । ସେମାନେ ଯେପରି ଚାହାନ୍ତି ସେପରି ପ୍ରକଟ ହୋଇପାରନ୍ତି । ଏପରି କିଛି ଗ୍ରହ ରହିଥାନ୍ତି, ଯେଉଁମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଗୁରୁତ୍ୱାକର୍ଷଣରେ ଅନ୍ୟ ଏକ ତାରା ସହ ମିଶିଥାନ୍ତି । ଉକ୍ତ ତାରା ଅନ୍ୟ ତାରାଙ୍କଠାରୁ ଭିନ୍ନ ହୋଇଥାଏ । ଏହାପରେ ଗ୍ରହଟି ତାରା ସହିତ ମିଶିଯାଇଥାଏ ଓ ତା’ର କକ୍ଷପକ୍ଷରୁ ଚୋରି ହୋଇଯାଏ । ସର୍ବାଧିକ ତାରା ସୃଷ୍ଟି ହେଉଥିବା ଅଞ୍ଚଳରେ ସୃଷ୍ଟି ହେଉଥିବା ଗ୍ରହ ସହଜରେ ଚୋରି ହୋଇଥାନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.