fbpx

Jio ର ସବୁଠାରୁ ଶସ୍ତା ୮୪ ଦିନର ରିଚାର୍ଜ ପ୍ଲାନ,Netflix ସହ ମିଳିବ ପ୍ରତିଦିନ 3GB ଡାଟା

ଓଡିଶା ଭାସ୍କର : ଯେତେବେଳେ ସବୁଠାରୁ ଶସ୍ତା ରିଚାର୍ଜ କଥା ଆସେ ସେତେବେଳେ ସବୁଠାରୁ ପ୍ରଥମେ ରିଲିଆନ୍ସ ଜିଓର ନାମ ଆଗକୁ ଆସିଥାଏ । ଦେଶର ଆଜି ସବୁଠାରୁ ବଡ ଟେଲିକମ କମ୍ପାନୀ ହେଉଛି ରିଲିଆନ୍ସ । ଜିଓ ତାହାର ସବୁ ପ୍ଲାନରେ ୟୁଜର ମାନଙ୍କର ଧ୍ୟାନ ରଖିଥାଏ । ଏବଂ ଏଥି ପାଇଁ ତାହାର ରିଚାର୍ଜ ପ୍ଲାନର ଲିଷ୍ଟ ଅନ୍ୟ କମ୍ପାନୀ ତୁଳନାରେ ବଡ ହୋଇଥାଏ । ଏବେ କିଛି ଦିନ ହେବ ଜିଓ ଏକ ପ୍ଲାନ ଲଞ୍ଚ କରିଛି । ଯେଉଁଥିରେ ପ୍ରତି ଦିନ ୩ ଜିବି ଡାଟା ସହିତ ଅନଲିମିଟେଡ ୫ ଜି ଡାଟା ମଧ୍ୟ ମିଳିବ । ଏହି ପ୍ଲାନର ଭାଲିଡିଟି ହେଉଛି ୮୪ ଦିନ । ଏହାର ଅର୍ଥ ଏହାକୁ ରିଚାର୍ଜ କରିବା ପରେ ଆପଣ ୩ ମାସ ପର୍ଯ୍ୟନ୍ତ ରିଚାର୍ଜରୁ ମୁକ୍ତି ପାଇବେ ।

ତେବେ ଆମେ ଯେଉଁ ପ୍ଲାନ ବିଷୟରେ କଥା ହେଉଛେ ତାହା ୧୪୯୯ ଟଙ୍କାର ପ୍ଲାନ । ଆପଣ ଏହାକୁ ମାଇ ଜିଓ ଆପରେ ରିଚାର୍ଜ କରିପାରିବେ । ଏହାକୁ ରିଚାର୍ଜ କରିବା ପରେ ଆପଣଙ୍କୁ ଓଟିଟିରେ ଷ୍ଟ୍ରିମିଙ୍ଗ କରିବାର ଫାଇଦା ମଧ୍ୟ ମିଳିବ । ଜିଓର ଏହି ରିଚାର୍ଜ ପ୍ଲାନ ସେମାନଙ୍କ ପାଇଁ ଲାଭ କାରୀ ହେବ ଯେଉଁମାନେ ଅଧିକ ଇଣ୍ଟରନେଟ ବ୍ୟବହାର କରୁଛନ୍ତି । କାରଣ ଏଥିରେ ପ୍ରତିଦିନ ୩ ଜିବି ଡାଟା ମିଳିବ । ଏଥିରେ ଆପଣଙ୍କୁ ଅନଲିମିଟେଡ କଲିଙ୍ଗର ସୁବିଧା ମଧ୍ୟ ମିଳିବ । ଯଦି ଆପଣ ଜିଓର ଏହି ପ୍ଲାନ ନେବାକୁ ଚାହାନ୍ତି ତେବେ ନେଟପ୍ଲିକ୍ସର ସବସ୍କ୍ରିପସନ ମଧ୍ୟ ମିଳିବ ।

Get real time updates directly on you device, subscribe now.