fbpx

ଯୋଗୀଙ୍କ ମନ୍ତ୍ରୀ ରଘୁରାଜଙ୍କ ବିବାଦୀୟ ବୟାନ; କହିଲେ-‘JNUରେ ଚାଲିଛି ସେକ୍ସ ସ୍କାଣ୍ଡାଲ, ରାହୁଲ ଗାନ୍ଧୀ-ଦୀପିକା ପାଦୁକୋନ୍ ବି ଯାଉଛନ୍ତି…’, ଦେଖନ୍ତୁ Video

ଅଲିଗଡ଼: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟକୁ ନେଇ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ଥିବା ଠାକୁର ରଘୁରାଜ ସିଂହ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଜେଏନୟୁରେ ସେକ୍ସ ସ୍କାଣ୍ଡାଲ ଚାଲିଛି । କେବଳ ଏତିକି ନୁହେଁ, ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ବହୁ ବଡ଼ ବଡ଼ ନେତା ସେଠାକୁ ଯାଉଛନ୍ତି । ଅଭିନେତ୍ରୀ ଦୀପିକା ପାଦୁକୋନ ବି ସେଠାକୁ ଯାଆନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଅଲିଗଡ଼ରେ ମନ୍ତ୍ରୀ ରଘୁରାଜ କହିଛନ୍ତି ଯେ, ‘ନେହେରୁଙ୍କ ରଣନୀତି ଅନୁସାରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ତିଆରି ହୋଇଥିଲା । ଜେଏନୟୁରେ ସେକ୍ସ ସ୍କାଣ୍ଡାଲ ଚାଲିଛି । ଜବାହାରଲାଲ ନେହେରୁ ବିଶ୍ୱବାଦ୍ୟାଳୟରେ କମ୍ୟୁନିଷ୍ଟ ଓ ଦେଶଦ୍ରୋହୀଙ୍କୁ ରଖାଯାଉଛି । ଦେଶର ବିରୋଧୀମାନେ ସେଠାରେ ସେକ୍ସ ସ୍କାଣ୍ଡାଲ ଚଳାଉଛନ୍ତି, ଯେଉଁଥିରେ ରାହୁଲ ଗାନ୍ଧୀ, ଦୀପିକା ପାଦୁକୋନ ଭଳି ବଡ଼ ବଡ଼ ସେଲିବ୍ରିଟମାନେ ବି ଯାଉଛନ୍ତି । ଦେଶ ବିରୋଧୀ ଲୋକମାନେ ସେଠାରେ ଏକାଠି ହେଉଛନ୍ତି । କିନ୍ତୁ ଆଗାମୀ ଦିନରେ ଏହି ଦେଶ ବିରୋଧୀ ଶକ୍ତିକୁ ଆମେ ପରାସ୍ତ କରିବୁ ।’

Get real time updates directly on you device, subscribe now.