fbpx

ନିଆଳୀରେ ବେଧଡ଼କ ଚାଲିଛି ଜବକାର୍ଡ ଦୁର୍ନୀତ: ପୂର୍ବତନ RI ହାତେଇଛନ୍ତି…

ନିଆଳୀ: ନିଆଳୀ ବ୍ଲକ୍ ନିଆଳୀ ପଞ୍ଚାୟତ ପୂର୍ବଖଣ୍ଡ ଗ୍ରାମରେ ପୂର୍ବତନ ଆର୍.ଆଇ.କୈଳାସ ହୋତା ନିଜ ନାମରେ ଜବକାର୍ଡ କରିଛନ୍ତି । କାର୍ଡ ନଂ ୪୩୮୧୦ ଏହି କାର୍ଡ ଦ୍ୱାରା ୧ ଲକ୍ଷ ୬୭ ହଜାର ଟଙ୍କାର ବିଲ୍ କରି ଟଙ୍କା ଉଠାଇଛନ୍ତି । ନିଆଳୀ ବ୍ଲକରେ ଏଭଳି ଜବକାର୍ଡ ଘୋଟାଲା ସାରା ନିଆଳୀ ବ୍ଲକରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଏ ନେଇ ସଂପୃକ୍ତ ଗ୍ରାମସାଥିଙ୍କୁ ପରିବାରୁ ଏ ବିଷୟରେ ଜାଣିନଥିବା କଥା କହିଥିବା ବେଳେ ଜି.ଆର.ଏସ୍. ବିଣାପାଣୀ ସ୍ୱାଇଁଙ୍କୁ ଫୋନ କରିବାରୁ ମୁଁ କାର୍ଡ ଡିଲେଟ କରିଦେବି ବୋଲି କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ୧ଲକ୍ଷ ୬୭ ହଜାର ଟଙ୍କା ଲୁଟିଲା ପରେ କିଭଳି ଭାବରେ ଘଣ୍ଟ ଘୋଡା ଯାଉଛି । ନିଆଳୀ ବ୍ଲକରେ ବିଭିନ୍ନ ଦୂର୍ନିତୀ ଠାରୁ ଜବକାର୍ଡ ଦୁର୍ନିତୀ ବଳେଇ ଯାଇଛି ।

ଏନେଇ ବିରୋଧିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାର ବିଧିବଦ୍ଧ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଓଡିଶାର ଉଚ୍ଚତମ ନ୍ୟାୟାଳୟରେ ମାମଲା ରୁଜୁ ହେବ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ।

Get real time updates directly on you device, subscribe now.