fbpx

OPTCL ଜାରି କଲା ନିଯୁକ୍ତି ବିଜ୍ଞପ୍ତି: ଟ୍ରେନିଂ ସମୟରେ ପ୍ରାର୍ଥୀଙ୍କୁ ମିଳିବ ୫୦ ହଜାର ଷ୍ଟାଇପେଣ୍ଡ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ମ୍ୟାନେଜମେଣ୍ଟ ଟ୍ରେନି (ଫାଇନାନ୍ସ), ମ୍ୟାନେଜମେଣ୍ଟ ଟ୍ରେନି (ଆଇନ), ମ୍ୟାନେଜମେଣ୍ଟ ଟ୍ରେନି (ଏଚଆରଡି), ମ୍ୟାନେଜମେଣ୍ଟ ଟ୍ରେନି (ଟେଲିକମ), ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନି (ଫାଇନାନ୍ସ ଓ ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନି (ଟେଲିକମ) ପଦରେ ନିଯୁକ୍ତି ଦିଆଯିବ ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଦରମା ହାର ଅଲଗା ଅଲଗା ରହିଛି । ଟ୍ରେନିଂ ପିରିୟଡରେ ମ୍ୟାନେଜମେଣ୍ଟ ଟ୍ରେନିଙ୍କୁ ୫୦ ହଜାର ଓ ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନିଙ୍କୁ ୩୦ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ଟ୍ରେନି ଅବଧି ସରିବା ପରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବା ସହ ଧାର୍ଯ୍ୟ ହାରରେ ବେତନ ପାଇବେ । ଚୟନ ହେବା ପରେ ପ୍ରାର୍ଥୀଙ୍କର ପ୍ରୋବେସନ ପିରିୟଡ ୧ ବର୍ଷ ରହିବ । ଭୁବନେଶ୍ୱରର ଚନ୍ଦକା ସ୍ଥିତ ପାୱର ଟ୍ରେନିଂ ସେଣ୍ଟର (ପିଟିସି) ଠାରେ ପ୍ରାର୍ଥୀଙ୍କୁ ଟ୍ରେନିଂ ଦିଆଯିବ ।

ଚଳିତ ବର୍ଷ ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ଓ ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ ୫ ବର୍ଷ କୋହଳ କରାଯିବ । ପ୍ରାର୍ଥୀ ଓଡ଼ିଆ ଭାଷାରେ ଲେଖିବା, କହିବା ଓ ପଢ଼ିବା ଜାଣିଥିବେ । ସିବିଟି ମୋଡ଼ରେ ପରୀକ୍ଷା ଆୟୋଜିତ ହେବ । ଅଗଷ୍ଟ ୨୫ ତାରିଖରୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଅନଲାଇନ ଆବେଦନ ପ୍ରକ୍ରିୟା ଚାଲିବ ।
ଅନଲାଇନ୍ ଆବେଦନ ଲିଙ୍କ: https://cdn.digialm.com//EForms/configuredHtml/1258/83924/Index.html

ନୋଟିଫିକେସନ ଲିଙ୍କ: https://cdn.digialm.com//per/g01/pub/726/EForms/image/ImageDocUpload/12/1114748958728984372289.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.optcl.co.in/Home.aspx

Get real time updates directly on you device, subscribe now.