fbpx

ଦଶମ ପାସ୍ ପିଲାଙ୍କ ପାଇଁ ସୁପ୍ରିମକୋର୍ଟରେ ନିଯୁକ୍ତି: ମାସିକ ଦରମା ୪୫ ହଜାର

ନୂଆଦିଲ୍ଲୀ: ଚାକିରି ସନ୍ଧାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଦେଶର ସର୍ବୋଚ୍ଚ ଅଦାଲତ ତରଫରୁ ଆସିଛି ନିଯୁକ୍ତି ସୁଯୋଗ । ସବୁଠାରୁ ବଡ଼ କଥା ହେଉଛି ଦଶମ ପାସ୍ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ । ଏହା ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ସୁଯୋଗ । ସିଲେକ୍ଟ ହେବା ପରେ ଏହି ପଦର ପ୍ରାର୍ଥୀଙ୍କୁ ମାସିକ ୪୫ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ବିବରଣୀ ପାଇ ପାରିବେ ।

ଆସନ୍ତା ୨୩ ତାରିଖରୁ ଏଥିପାଇଁ ଅନଲାଇନରେ ଆବେଦନ ଗ୍ରହଣ କରାଯିବ ଓ ସେପ୍ଟେମ୍ବର ୧୨ ତାରିଖରେ ତାହା ସମାପ୍ତ ହେବ । ଚଳିତ ବର୍ଷ ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୭ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ରୋଷେଇ ଜାଣିଥିବା ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ ପଦରେ ୮୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ପ୍ରାର୍ଥୀଙ୍କୁ ୪୦୦ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶାରୀରିକ ବିକଳାଙ୍ଗ, ଏକ୍ସ-ସର୍ଭିସମ୍ୟାନ, ବିଧବା, ଡିଭୋର୍ସଡ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୨୦୦ ଟଙ୍କା ରଖାଯାଇଛି । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା, ଦଶମ, ଡିପ୍ଲୋମା ରହିଥିବା ଆବଶ୍ୟକ ।

ନୋଟିଫିକେସନ ଲିଙ୍କ: https://cdnbbsr.s3waas.gov.in/s3ec0490f1f4972d133619a60c30f3559e/uploads/2024/08/2024081783.pdf

Get real time updates directly on you device, subscribe now.