fbpx

ITDAରେ ନିଯୁକ୍ତି ସୁଯୋଗ: ଦରମା ୨୫ ହଜାର, ସେପ୍ଟେମ୍ବର ୧୯ ଆବେଦନର ଶେଷ ତାରିଖ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଇନଫର୍ମେସନ ଟେକ୍ନୋଲୋଜି ଡେଭଲପମେଣ୍ଟ ଏଜେନ୍ସି (ଆଇଟିଡିଏ) ସୁନ୍ଦରଗଡ଼ ପକ୍ଷରୁ ଆସିଛି ଏକ ଭଲ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଏମଆଇଏସ ଆସିଷ୍ଟାଣ୍ଟ ଓ ସଂଯୋଜକ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ପ୍ରାର୍ଥୀମାନେ ସେପ୍ଟେମ୍ବର ମାସ ୧୩ ତାରିଖରୁ ୧୯ ତାରିଖ ମଧ୍ୟରେ ଆବେଦନ କରିପାରିବେ । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ଫର୍ମ ଧାର୍ଯ୍ୟ ଠିକଣାରେ ସ୍ପିଡ ପୋଷ୍ଟ କିମ୍ବା କୋରିୟର ମାଧ୍ୟମରେ ପଠାଇ ପାରିବେ । ଏମଆଇଏସ୍ ଆସିଷ୍ଟାଣ୍ଟ ପାଇଁ ୧୮ଟି ଓ ସଂଯୋଜକ ପାଇଁ ୧୮ଟି ପଦ ଖାଲି ରହିଛି । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ, ସ୍ନାତକୋତ୍ତର ସହିତ ପିଜିଡିସିଏ ରହିଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀଙ୍କର ଏନଜିଓ / ସୋସିଆଲ ସେକ୍ଟର ପ୍ରୋଜେକ୍ଟରେ ୩ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ ।

ଏଥିସହିତ ପ୍ରାର୍ଥୀଙ୍କର ଏନଜିଓ / ସୋସିଆଲ ସେକ୍ଟର ପ୍ରୋଜେକ୍ଟରେ ୩ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଇପିଏଫ, ଇଏସଆଇ ଓ ଅନ୍ୟାନ୍ୟ ବେନିଫିଟ୍ ମିଳିବ । ଏମଆଇଏସ ଆସିଷ୍ଟାଣ୍ଟ ପାଇଁ ପ୍ରାର୍ଥୀଙ୍କୁ ମାସିକ ୧୫ ହଜାର ଓ ସଂଯୋଜକ ପଦ ପାଇଁ ପ୍ରାର୍ଥୀଙ୍କୁ ୨୫ ହଜାର ଟଙ୍କା ମିଳିବ । ପ୍ରାର୍ଥୀ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖିବା ଓ ପଢ଼ିବା ଜାଣିଥିବା ବାଧ୍ୟତାମୂଳକ ।

ନୋଟିଫିକେସନ ଲିଙ୍କ: https://cdn.s3waas.gov.in/s3289dff07669d7a23de0ef88d2f7129e7/uploads/2023/09/2023091363.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://sundergarh.nic.in/

Get real time updates directly on you device, subscribe now.