fbpx
BSKY
BJD YOUTH SKY
BJD MS SKY

କୃଷି ବୀମା କମ୍ପାନୀରେ ବମ୍ପର ନିଯୁକ୍ତି: ଦରମା ୬୦ ହଜାର, ଗ୍ରାଜୁଏଟ୍ କରିଥିଲେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ବୀମା କମ୍ପାନୀରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଭାରତ ସରକାରଙ୍କ ଏକ ପବ୍ଲିକ୍ ସେକ୍ଟର କମ୍ପାନୀ Agriculture Insurance Company of India Limited (AICL) ପକ୍ଷରୁ ମ୍ୟାନେଜମେଣ୍ଟ ଟ୍ରେନିଂ ପଦ ପାଇଁ ଚାକିରି ବାହାରିଛି ।

କମ୍ପାନୀ ପକ୍ଷରୁ ଜାନୁଆରୀ ୧୬ ରେ ପ୍ରକାଶିତ ନିଯୁକ୍ତି ବିଜ୍ଞାପନ ଅନୁଯାୟୀ, ମ୍ୟାନେଜମେଣ୍ଟ ଟ୍ରେନିଂ ପାଇଁ ମୋଟ ୫୦ ଟି ପଦବୀ ଖାଲି ଅଛି । ଏହି ଅନଲାଇନ୍ ଆବେଦନ ପାଇଁ AICL ପୋର୍ଟାଲ୍ aicofindia.comକୁ ଯିବାକୁ ପଡିବ । ଜାନୁଆରୀ ୧୭ ରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ୫ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଚାଲିବ । AICLରେ ମ୍ୟାନେଜମେଣ୍ଟ ଟ୍ରେନି ପଦ ପାଇଁ ପ୍ରାର୍ଥୀମାନେ ଅତିକମରେ ୬୦ ପ୍ରତିଶତ ମାର୍କ (ଏସସି ଏବଂ ଏସଟି ପାଇଁ ୫୫ ପ୍ରତିଶତ) ସହିତ ଯେକୌ ଣସି ଷ୍ଟ୍ରିମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏହା ସହ ବୟସ ଏବଂ ୧ ଜାନୁଆରୀ ୨୦୨୩କୁ ସର୍ବନିମ୍ନ ୨୧ ବର୍ଷ ଓ ସର୍ବାଧିକ ୩୦ ବର୍ଷ ହେବା ଉଚିତ୍ ।

AICL ନିଯୁକ୍ତି ୨୦୨୩: ମ୍ୟାନେଜମେଣ୍ଟ ଟ୍ରେନି ପଦବୀ ବିବରଣୀ
ମୋଟ ପଦବୀ – ୫୦
ଏସସି-୯
ଏସଟି-୪
ଓବିସି-୧୨
ଇଡବ୍ଲୁଏସ-୬
ସଂରକ୍ଷିତ -୧୯

ମ୍ୟାନେଜମେଣ୍ଟ ଟ୍ରେନିଙ୍କ ଦରମା: –
ଗୋଟିଏ ବର୍ଷର ତାଲିମ ସମୟରେ ମାସକୁ ୬୦ ହଜାର ଟଙ୍କା ।

ମ୍ୟାନେଜମେଣ୍ଟ ଟ୍ରେନି ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା: –
କଳା / ବିଜ୍ଞାନ / ବାଣିଜ୍ୟ / କୃଷି / ଉଦ୍ୟାନ କୃଷି / ପଶୁପାଳନ / ମ୍ୟାନଜେମେଣ୍ଟ / ଷ୍ଟାଟିକ୍ସ / ଏଚଆର/ ଅନ୍ୟାନ୍ୟ ବିଷୟଗୁଡ଼ିକରେ ସ୍ନାତକୋତ୍ତର ଅତିକମରେ ୬୦% ମାର୍କ (ଏସସି ଓ ଏସଟି ପାଇଁ ୫୫%) ଆବଶ୍ୟକ । ଏହା ବ୍ୟତୀତ ପ୍ରାର୍ଥୀମାନଙ୍କ ପାଇଁ କମ୍ପ୍ୟୁଟର ଏବଂ ଆଞ୍ଚଳିକ ଭାଷା ବିଷୟରେ ଜ୍ଞାନ ଥିବା ମଧ୍ୟ ଆବଶ୍ୟକ ।

Get real time updates directly on you device, subscribe now.