fbpx

ପୁଣି ଚର୍ଚ୍ଚାରେ ଜନି ଡେପ୍‌, ‘ଜ୍ୟାକ୍‌ ସ୍ପେରୋ’ ଚରିତ୍ରରେ ଅଭିନୟ ପାଇଁ ମିଳିଲା ୨,୫୩୫କୋଟି ଟଙ୍କାର ଅଫର୍

Advertisement

ମୁମ୍ବାଇ: ହଲିଉଡର ଜଣାଶୁଣା ଅଭିନେତା ଜନି ଡେପ୍‌ ଗଲା କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ପୂର୍ବତନ ପତ୍ନୀ ଅମ୍ବର ହାର୍ଡ ଆଣିଥିବା ମାନହାନୀ ମକଦ୍ଦମାରେ ଜନି ଡେପ୍‌ ଜିତିବା ପରେ ଏବେ ସେ ପୁଣି ଥରେ ପରଦାକୁ କମ୍‌ବ୍ୟାକ୍‌ କରିବାକୁ ଯୋଜନା କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜନି ଡେପ୍‌ ପୁଣି ଥରେ ଜ୍ୟାକ୍‌ ସ୍ପେରୋ ଚରିତ୍ରରେ ନଜର ଆସିବେ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଡିଜନୀ ଜନି ଡେପ୍‌ଙ୍କ ନିକଟକୁ ଏକ କ୍ଷମାପତ୍ର ପଠାଇଛି । ଏଥିସହ ହଲିଉଡର ସୁରହିଟ୍‌ ଫିଲ୍ମ ‘ପାଇରେଟେସ୍‌ ଅଫ ଦ କ୍ୟାରିବିୟାନ’ର ଜ୍ୟାକ୍‌ ସ୍ପେରୋ ଚରିତ୍ରରେ ଅଭିନୟ ପାଇଁ ୨୫୩୫ କୋଟି ଟଙ୍କା ଅଫର କରିଛି । ହଲିଉଡର ଏହି ସୁରହିଟ୍‌ ଫିଲ୍ମର ପାଞ୍ଚଟି ଭାଗରେ ଜନି ଡେପ୍‌ କ୍ୟାପଟେନ୍‌ ଜ୍ୟାକ ସ୍ପେରୋ ଚରିତ୍ରରେ ଅଭିୟନ କରି ସାରିଛନ୍ତି । ଡିଜନୀ ତାଙ୍କ ନିକଟକୁ ଏକ ଉପହାର ସହିତ ପତ୍ର ମଧ୍ୟ ପଠାଇଛନ୍ତି । ଡିଜନୀ ଷ୍ଟୁଡିଓ ଜ୍ୟାକ ସ୍ପେରୋଙ୍କୁ ନେଇ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଛି ।ଜନିଙ୍କୁ ଜ୍ୟାକ୍‌ ସ୍ପେରୋ ଚରିତ୍ରରେ ଅଭିନୟ ପାଇଁ ୨,୫୩୫ କୋଟି ଟଙ୍କା ଅଫର ଦିଆଯାଇଛି ।

ଜନିଙ୍କ ଜଣେ ନିକଟତର ବନ୍ଧୁଙ୍କ କହିବା ମୁତାବକ, ଆଶା କରୁଛୁ ଜନି ଡେପ୍‌ ନିର୍ମାତା ସଂସ୍ଥାକୁ କ୍ଷମା କରିଦେବେ । ହେବ ଯଦି ଜନି ଡେପ୍‌ କ୍ୟାପଟେନ୍‌ ଜ୍ୟାକ୍ସ ସ୍ପେରୋ ଭୂମିକାରେ ନଜର ଆସିବେ ତେବେ ନିଶ୍ଚିତ ରୂପେ ପ୍ରଶଂସକଙ୍କ ପାଇଁ ଏହା ବଡ ଖବର । ଅନ୍ୟପଟେ କିନ୍ତୁ ଜନି ଡେପ୍‌ କିମ୍ବା ତାଙ୍କ ଟିମ୍‌ଙ୍କ ତରଫରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବ୍ୟକ୍ତିଗତ ବିବାଦ ଯୋଗୁ ଗତ କିଛି ବର୍ଷ ହେଲେ ଜନି ଡେପଙ୍କ ହାତରୁ ଅନେକ ଫିଲ୍ମ ଛଡାଇ ନିଆଯାଇଥିଲା । ଏପରିକି ଫାଣ୍ଟଷ୍ଟିକ ବିଷ୍ଟ ୩ ଏବଂ ପାଇରେଟ୍ସ ଅଫ ଦ କ୍ୟାରିବିୟାନ ପରି ଫିଲ୍ମ ମଧ୍ୟ ତାଙ୍କ ହାତରୁ ଛଡାଇ ନିଆଯାଇଥିଲା । ଏଥିସହ ଆଉ କେବେ ବି ଜ୍ୟାକ୍‌ ସ୍ପେରୋ ଭୂମିକାରେ ଅଭିନୟ କରିବେ ନାହିଁ ବୋଲି ନିକଟରେ ଜନି ଡେପ୍‌ ଘୋଷଣା ମଧ୍ୟ କରିଥିଲେ ।

Get real time updates directly on you device, subscribe now.