CHARIDHAM

Johnson ବେବି ପାଉଡରରୁ କର୍କଟ ହେଉଥିବା ଦାବିର ସମାଧାନ ପାଇଁ ଅଫର, ୯ ବିଲିୟନ ଡଲାର ଦେଇ କେସ ରଫାଦଫା କରିବାକୁ କମ୍ପାନୀ ପ୍ରସ୍ତୁତ

ନୂଆଦିଲ୍ଲୀ: ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜନସନ ଆଣ୍ଡ ଜନସନ ମଙ୍ଗଳବାର ଦିନ ୮.୯ ବିଲିୟନ ଡଲାରର ଦେଇ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। କମ୍ପାନୀର ଟାଲକମ ପାଉଡରରେ କର୍କଟ ରୋଗ ସୃଷ୍ଟି ହେଉଥିବା ଘଟଣା ଦାବିର ସମାଧାନ ପାଇଁ ଏହି ପ୍ରସ୍ତାବ ଦିଆଯାଇଛି ।

ନ୍ୟୁ ଜର୍ସି ଭିତ୍ତିକ କମ୍ପାନୀ ବିରୁଦ୍ଧରେ ଯେଉଁ ମକଦ୍ଦମା ଆସିଛି ତାହାର ସମସ୍ତ ଦାବିକୁ ସମାଧାନ କରିବା ପାଇଁ କମ୍ପାନୀ ପ୍ରସ୍ତାବ ଦେଇଛି । ଏକ ସହାୟକ କମ୍ପାନୀ ମାଧ୍ୟମରେ ୨୫ ବର୍ଷ ମଧ୍ୟରେ ପ୍ରସ୍ତାବିତ ସମାଧାନ ପ୍ରଦାନ କରାଯିବ ବୋଲି ଜନସନ ଆଣ୍ଡ ଜନସନ ଏକ ସିକ୍ୟୁରିଟି ଦାଖଲରେ କହିଛନ୍ତି।

ଆଉ ଯଦି ଅନୁମୋଦିତ ହୁଏ, ତେବେ ଦୀର୍ଘ ଦିନ ଧରି ଚାଲୁଥିବା ଆଇନଗତ ବିବାଦ ଖୁବ ଶୀଘ୍ର ସମାଧାନ ହେବ। ତେବେ ଏହି କାରଣରୁ ଜନସନ ଏବଂ ଜନସନଙ୍କ ଭାବମୂର୍ତ୍ତି ରହିଥିଲା ତାହା ସମ୍ପୁର୍ଣ ଭାବେ କ୍ଷୁର୍ଣ୍ଣ ହେଇଛି । ଏହାର ଶିଶୁ ପାଉଡର, ଭାବେ ଏକ ଭରସା ଯୋଗ୍ୟ ବା ଜଣାଶୁଣା ବ୍ରାଣ୍ଡ ଭାବେ ଖୁବ ନାମ ଅର୍ଜନ କରିଥିଲା କିନ୍ତୁ ଅନେକ ଅଭିଯୋଗକାରୀ ଦାବି ପରେ ଏହା କ୍ୟାନସର ଭଳି ସମସ୍ୟା ସୃଷ୍ଟି କରୁଥିବାର ସୂଚନା ମିଳିଥିଲା।

ସୂଚନାମୁତାବକ ଏଥିରେ ୧୫ ସେପ୍ଟେମ୍ବର୨୦୨୨ ରେ ଜାରି ଆଦେଶରେ କମ୍ପାନୀର ଲାଇସେନ୍ସ ବନ୍ଦ କରିବା ଏବଂ ୨୦ ସେପ୍ଟେମ୍ବରରେ ପାଉଡର ଉତ୍ପାଦ ଏବଂ ବିକ୍ରି ଉପରେ ରୋକ ଲଗାଇଥିଲେ। ଏହି ଆଦେଶ ରାଜ୍ୟ କାଧ୍ୟ ଏବଂ ଔଷଧ(FDA)ର ମିଳିତ ଆୟୁକ୍ତ ଏବଂ ଲାଇସେନ୍ସ ପ୍ରାଧିକରଣ ଜାରି କରିଥିଲେ। ଜଷ୍ଟିସ୍ ଏସ୍.ଭି ଗଙ୍ଗାପୁରୱାଲା ଏବଂ ଜଷ୍ଟିସ୍ ଏସ୍. ଜି ଡିଙ୍ଗେଙ୍କ ଖଣ୍ଡପୀଠ ବୁଧବାର ଦିନ ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଥିବା କମ୍ପାନୀର କାରଖାନାରୁ ତାଜା ନମୁନା ସଂଗ୍ରହ କରିବାକୁ FDA କୁ ନିର୍ଦ୍ଦେଶ ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ନିକଟରେ ଏକ ନିମ୍ନ ଅଦାଲତରେ କଂପାନୀ ବିରୋଧରେ ୨୪୦ କୋଟିର ଜରିମାନା ଲାଗୁ କରାଯାଇଥିଲା । ଯାହାକୁ ଆମେରିକୀ କୋର୍ଟ ତିନି ଗୁଣା ବୃଦ୍ଧି କରି ତଥା ୭୬୦ କୋଟି ଟଙ୍କା କରିଦେଇଥିଲା । ସୂଚନା ମୁତାବକ, ନ୍ୟୁଜର୍ସିର ଜଣେ ୪୬ ବର୍ଷୀୟ ଇନଭେଷ୍ଟମେଂଟ ୱାର୍କର ଷ୍ଟିଫନ ଲୈଜି ଏବଂ ତାଙ୍କ ପତ୍ନୀ କେଣ୍ଡ୍ରା କଂପାନୀ ବିରୋଧରେ ଅଭିଯୋଗ ଆଣିଥିଲେ ଯେ, କଂପାନୀର ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତାଙ୍କୁ ମେସୋଥେଲିଓମା ହୋଇଛି ବୋଲି । ଏଥିସହିତ କଂପାନୀକୁ ଏଥିପାଇଁ ତାଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ନିଜର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ ।

ଦଂପତିଙ୍କ କହିବା କଥା ହେଲା କି, କଂପାନୀର ପାଉଡରରେ Asbestos ରହିଥିବା କାରଣରୁ ତାଙ୍କୁ ମେସୋଥେଲିଓମା ହୋଇଛି । ଆଉ ମେସୋଥେଲିଓମା ଏକ ପ୍ରକାରର କ୍ୟାନସନ ରୋଗ । ଯାହା ବୃକକ, ପଂଜରା, ପେଟ, ହୃଦୟ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟେଙ୍ଗଗୁଡିକ ଉପରେ ପ୍ରଭାବ ପକାଇଥାଏ । ଓଭାରିଆନ କର୍କଟ ରୋଗ ପାଇଁ ଦାୟୀ ଆଜବେଷ୍ଟସ୍ର ଚିହ୍ନ ଥିବା ଟାଲକମ୍ ପାଉଡର ଉପରେ ଜେ ଆଣ୍ଡ ଜେ ହଜାର ହଜାର ମକଦ୍ଦମା ଦାୟର କରାଯାଇଥିଲା। ଏହି ସଂସ୍ଥା କୌଣସି ଭୁଲକୁ ସ୍ୱୀକାର କରି ନଥିଲା କିନ୍ତୁ ମେ ୨୦୨୦ରେ ଆମେରିକା ଏବଂ କାନାଡାରେ ତାଲକ ଆଧାରିତ ଶିଶୁ ପାଉଡର ବିକ୍ରୟ ବନ୍ଦ କରି ଦେଇଛି।ଆଉ ଏବେ କ୍ଷତିପୂରଣ ଦେବାକୁ ରାଜି ହେଇଯାଇଛି ।