ଭୁବନେଶ୍ୱର: ପୁଣିଥରେ ବିବାଦରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା । ସୋନାଲି ପଣ୍ଡା ଓ ଶ୍ରୀକ୍ଷେତ୍ର ବିବାଦକୁ ନେଇ ଥାନାରେ ହାଜର ହେଲା କୁନି ପୁଅ ।
ବାପା ଶ୍ରୀକ୍ଷେତ୍ର ସପକ୍ଷରେ ବାହାରିଲା କୁନି ପୁଅ । ଶିଶୁ ମଙ୍ଗଳ କମିଟିରେ ହାଜର ହେଲା କୁନି ପୁଅ ।
ଅନ୍ୟପଟେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ବେଞ୍ଚର ଦ୍ୱାରସ୍ଥ ହୋଇଛି କୁନି ପୁଅ ।
ମା’ସୋନାଲିଙ୍କ ବିରୋଧରେ କୃଷ୍ଣପ୍ରସାଦ ଥାନା ଅଧିକାରୀଙ୍କୁ କୁନି ପୁଅର ଚିଠି । ଗତକାଲି କୁନି ପୁଅକୁ ଥାନା ଅଧିକାର ଉଠାଇ ନେଇଥିବା କହିଛନ୍ତି ଶ୍ରୀକ୍ଷେତ୍ର । ଯେଉଁ କାରଣରୁ ପରିବାର ଭାଙ୍ଗିପଡ଼ିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି ।
ଥାନା ଅଧିକାରୀଙ୍କୁ ପୁଅ ଦେଇଥିବା ଚିଠିରେ ମୋର ବାପା ଦରକାର । ବାପାଙ୍କୁ ଗିରଫ କଲେ ରାଷ୍ଟ୍ରପତିଙ୍କ ନିକଟକୁ ଇଚ୍ଛାମୃତ୍ୟୁ ପାଇଁ ଚିଠି ଲେଖିବି ବୋଳି ଉଲ୍ଲେଖ କରାଯାଇଛି ।
ସେପଟେ ଶ୍ରୀକ୍ଷେତ୍ର ସୋନାଲି ନାବାଳିକା ଥିବାବେଳେ ଜୋରଜବରଦସ୍ତ ବାହା ହୋଇଥିବା ନେଇ ପୋକ୍ସୋ କୋର୍ଟରେ ଅଭିଯୋଗ କରିଛନ୍ତି ।